Latest Odisha News

BREAKING NEWS

ଦେଶରେ ଏଯାଏ ୪୫ ହଜାରରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜୁଲାଇ ୧୫ ପର୍ଯ୍ୟନ୍ତ ମୋଟ ୪୫,୪୩୨ରୁ ଅଧିକ ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଜଣାଯାଇଛି। ଯେଉଁଥିରେ ୨୧,୦୮୫ ପ୍ରଭାବିତ ଲୋକ ଚିକିତ୍ସିତ ହେଉଥିବା ବେଳେ ୪,୨୫୨ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ବୋଲି ମଙ୍ଗଳବାର ଦିନ ରାଜ୍ୟସଭା ଦ୍ବାରା ପ୍ରଦତ୍ତ ତଥ୍ୟରୁ ଜଣାପଡ଼ିଛି।

ବହୁ ସଂଖ୍ୟାରେ ବ୍ଲାକ୍ ଫଙ୍ଗସ୍ ରୋଗୀ ବ୍ଲାକ୍ ଫଙ୍ଗସ୍ ରୋଗୀ ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ଦ୍ୱିତୀୟ ତରଙ୍ଗ ପରେ ବହୁ ସଂଖ୍ୟାରେ ବ୍ଲାକ୍‌ ଫଙ୍ଗସ ମାମଲା ରିପୋର୍ଟ ହୋଇଥିଲା। ଏହାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଏବଂ ପରାମର୍ଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସମସ୍ୟାର ସମାଧାନ ପାଇଁ ଅନେକ ପଦକ୍ଷେପ ନେଇଥିଲେ।

Leave A Reply

Your email address will not be published.