Latest Odisha News

ଜାନୁଆରୀ ଶେଷ ସୁଦ୍ଧା ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକ ବୁଷ୍ଟର ଡୋଜ୍‌ ପାଇଁ ଏଲିଜିବଲ୍‌

ଭୁବନେଶ୍ୱର: ଆଜି ସମଗ୍ର ଦେଶରେ ବୁଷ୍ଟର ଡୋଜ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ଦିନ ଅପରାହ୍ନ ୩ ଟାରୁ ରାଜ୍ୟରେ କରୋନା ବୁଷ୍ଟର ଡୋଜ ପ୍ରକ୍ରିୟା ଆରମ୍ଭ ହେବ।

ସ୍ବାସ୍ଥ୍ୟସେବା କର୍ମଚାରୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ।

ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୭,୫୨,୮୩୮ ଜଣ ଲୋକ ଓଡିଶାରେ ବୁଷ୍ଟର ଡୋଜ ଟିକା ନେବେ। ଜାନୁଆରୀ ଶେଷ ସୁଦ୍ଧା ୫,୨୫,୬୦୭ ଲୋକ ଏଥିପାଇଁ ଏଲିଜିବଲ୍‌ ହେବେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୩,୬୧୬ କେନ୍ଦ୍ରରେ ଟିକାକରଣ କରାଯାଉଛି।

ଯେଉଁମାନେ ଦୁଇଟି ଡୋଜ୍ ନେଇଛନ୍ତି, ସେମାନେ CoWin ଆପ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ସ୍ଲଟ୍ ବୁକ୍ କରିପାରିବେ। କିମ୍ବା କୌଣସି କୋଭିଡ୍‌ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ। ତେବେ ଏହା ଜାଣି ରଖିବା ଉଚିତ ଯେ ଦ୍ୱିତୀୟ ଡୋଜ୍ ଏବଂ ବୁଷ୍ଟର ଡୋଜ୍‌ ମଧ୍ୟରେ ୯ ମାସର ବ୍ୟବଧାନ ରହିବା ଉଚିତ୍।

ରବିବାର ଦିନ, ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୁଷ୍ଟର ଡୋଜ ଦିଆଯିବ।।

Comments are closed.