Latest Odisha News

BREAKING NEWS

ହଷ୍ଟେଲରେ ପରଷା ଯାଉଥିଲା ନିମ୍ନ ମାନର ଖାଦ୍ୟ, ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ

ବାଲିଗୁଡ଼ା: ନିମ୍ନ ମାନର ଖାଦ୍ୟ ନେଇ ତାତିଲେ ଛାତ୍ରୀ । ଅତିଷ୍ଠ ହୋଇ ଛାଡ଼ିଲେ ହଷ୍ଟେଲ । ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ପରିବେଷଣ ଅଭିଯୋଗ । ଉତ୍‌କ୍ଷିପ୍ତ ହୋଇ ହଷ୍ଟେଲ ଛାଡ଼ିଲେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ।

ସରକାର ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ମାଗଣା ରହିବା, ପୁଷ୍ଟିକର ଖାଦ୍ୟ,ମାଗଣା ବହି,ଖାତା ଯୋଗାଇବା ସହ ବିଭିନ୍ନ ବ୍ୟବସ୍ଥା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍କୁଲ କର୍ତ୍ତୃପକ୍ଷ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସୁଥିବା ସରକାରୀ ଅର୍ଥକୁ ଚଳୁ କରୁଥିବା ଅଭିଯୋଗ ହୋଇଛି  । ଏଭଳି ଅଭିଯୋଗ ଆସିଛି ଖମଣଖୋଲ ଅଞ୍ଚଳରୁ ।

ଖମଣଖୋଲ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୮୦ଜଣ ଆଦିବାସୀ ଛାତ୍ରୀ ରହି ପାଠ ପଢ଼ନ୍ତି । ହେଲେ କିଛି ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ପରିବେଷଣ କରୁଥିବା ଅଭିଯୋଗ ହୋଇଆସୁଥିଲା ।  ସ୍ଥିତିରେ ସୁଧାର ଆଣିବା ପାଇଁ ଅନ୍ତେବାସୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ନିବେଦନ କରିଆସୁଥିଲେ କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରିନଥିଲେ କର୍ତ୍ତୃପକ୍ଷ । ଶେଷରେ ଅତିଷ୍ଠ ହୋଇ ଗତ ରାତିରେ ୫୦ରୁ ଉର୍ଦ୍ଧ୍ବ ଅନ୍ତେବାସୀ ହଷ୍ଟେଲ ଛାଡ଼ି ଚାଲିଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି  ।

Leave A Reply

Your email address will not be published.