Latest Odisha News

BREAKING NEWS

ଚୋରାମଦ କାରବାରକୁ ନେଇ ଗାଁରେ ବୁଲିଲା ଖଣ୍ଡା, କଟୁରି: ୫ ଆହତ

ଜଗତସିଂହପୁର: ଝିମିଟି ଖେଳରୁ ମହାଭାରତ । ମଦ କାରବାରକୁ ନେଇ ତୁମୁଳ କାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ଗାଁରେ ବୁଲିଲା ଖଣ୍ଡା, କୁଟୁରୀ   । ମାରିପଟରେ  ୫ ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି ।

ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ବରାଗୋଳ ଗରୁଆଳ ଗ୍ରାମରେ ଖୁଲମଖୁଲା ଚାଲିଛି ଚୋରାମଦ କାରବାର। ଏହି ଚୋରା ମଦ କାରବାରକୁ ନେଇ ଦୀର୍ଘଦିନ ହେବ ଦୁଇ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଛି ବିବାଦ। ଯାହାର ଦୁଃଖଦ ପରିଣାମ ସୋମବାର ଦେଖିବାକୁ ମିଳିଥିଲା।

ତରିକୁନ୍ଦ ନିକଟସ୍ଥ ବରାଗୋଳ ଓ ଗରୁଆଳ ଉଭୟ ଗ୍ରାମରେ ଚୋରା ମଦ ବ୍ୟବସାୟକୁ ନେଇ ବିଭିନ୍ନ ସମୟରେ  ଝଗଡା ହୋଇଥାଏ। ଏହି ବିବାଦକୁ ନେଇ ଅନେକ ସମୟରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୁଇ ଗୋଷ୍ଠୀ।   ଗତକାଲି ବିଳମ୍ବିତ ରାତିରେ ପୁଣି ଥରେ ସମାନ ଘଟଣାକୁ ନେଇ ଗଣ୍ଡେଗୋଳ ଘଟିଥିଲା ।

ଯୁଧିଷ୍ଠିର ବେହେରା ଓ ତାଙ୍କ ସାନଭାଇ ଘରେ ଥିବା ବେଳେ ହଠାତ ଅନ୍ୟ ଗୋଷ୍ଠୀର ଲୋକମାନେ ଘରେ ପଶି କଟୁରି ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାକୁ ବିରୋଧ କରିଥିଲଷ ପ୍ରତିପକ୍ଷ । ଘଟଣା ଗୁରୁତର ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା ।

ଗଣ୍ଡୋଗୋଳରେ ୫ ଜଣ ଆହତ ହୋଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ   ଭର୍ତ୍ତି ହୋଇଥିଲେ ।  ଦୁଇଜଣ ଗୁରୁତର ଆହତଙ୍କୁ କଟକ ବଡ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ଖବରପାଇ ଜଗତସିଂହପୁର ଟାଉନ ଥାନା ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ  କରିଛି ।

Leave A Reply

Your email address will not be published.