Latest Odisha News

BREAKING NEWS

ସୁପ୍ରିମକୋର୍ଟର ଅର୍ଦ୍ଧେକ କର୍ମଚାରୀ କରୋନା ଆକ୍ରାନ୍ତ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ସୁପ୍ରିମକୋର୍ଟର ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଅଛନ୍ତି । କୋର୍ଟର ନ୍ୟାୟିକ ପ୍ରକ୍ରିୟାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ କାର୍ଯ୍ୟ ଭିଡିଓ କନଫେରେନ୍ସିଂରେ କରାଯିବ । ସମସ୍ତ ବିଚାରପତି ଘରେ ରହି ମାମଲାର ବିଚାର କରିବେ ।

କୋର୍ଟ ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଖଣ୍ଡପୀଠର କାର୍ଯ୍ୟ ଘଂଟାଏ ବିଳମ୍ବରେ ଆରମ୍ଭ ହେବ । ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି ସେମାନେ ତୁରନ୍ତ ନିଜ ଟେଷ୍ଟ କରାଇ ନିଅନ୍ତୁ ବୋଲି କୁହାଯାଇଛି ।

Leave A Reply

Your email address will not be published.