Latest Odisha News

BREAKING NEWS

ଗୋଟିଏ ଝଟ୍‌କାରେ କମ୍ପାନୀର ୧୦% କର୍ମଚାରୀ ହେଲେ କୋଟିପତି

ନୂଆଦିଲ୍ଲୀ: ଗୋଟିଏ ଝଟ୍‌କାରେ କୋଟିପତି ହେଲେ ୫୦୦ରୁ ଅଧିକ କର୍ମଚାରୀ। ଯୁକ୍ତରାଷ୍ଟ୍ରର ନାସଡାକ୍ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହେବା ପରେ ଏକ (ସାଏଏସ୍) କମ୍ପାନୀ ଫ୍ରେଶୱାର୍କସ୍ ଇନ୍‌କରେ କାର୍ଯ୍ୟ କରୁଥିବା ୧୦ ପ୍ରତିଶତ ତଥା ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇପାରିଛନ୍ତି।

୨୦୧୦ରେ ଚେନ୍ନାଇରେ କାର୍ଯ୍ୟ ଆରମ୍ଭ କରିବା ପରେ ଫ୍ରେଶୱାର୍କସ୍ ଇନ୍‌କ ହେଉଛି ପ୍ରଥମ ଭାରତୀୟ SaaS କମ୍ପାନୀ ଯାହାକି ନାସଡାକ୍‌ରେ ତାଲିକାଭୁକ୍ତ ହୋଇଛି।

ଗୁରୁବାର ଦିନ, କମ୍ପାନୀର ବଜାର ପୁଞ୍ଜିକରଣ ୧୩ ବିଲିୟନ ଡ଼ଲାର ଅତିକ୍ରମ କରିଛି ଏବଂ ଭାରତରେ କାର୍ଯ୍ୟ କରୁଥିବା କମ୍ପାନୀର ୪,୩୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୫୦୦ରୁ ଅଧିକ କର୍ମଚାରୀ କୋଟିପତି ହୋଇପାରିଛନ୍ତି। ୫୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୦ ଜଣଙ୍କ ବୟସ ୩୦ ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.