Latest Odisha News

BREAKING NEWS

ନୂଆପଡ଼ାରେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଲା

ନୁଆପଡ଼ା : ପ୍ରାଥମିକ ସ୍କୁଲ ଖୋଲିବା ନେଇ ଜୋର ଧରିଲା ଚର୍ଚ୍ଚା । କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେବ ବନ୍ଦ ରହିଛି ପ୍ରାଥମିକ ବିଦ୍ୟାଳୟ । ଏନେଇ ନୁଆପଡ଼ା ଜିଲ୍ଲାର ଅଭିଭାବକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସତ୍ୟ ନିଷ୍ଠା ଆଦର୍ଶ ବନବିଦ୍ୟାଳୟର ମହର୍ଷି ଆଶ୍ରମର ଆବାହକ କେଶବ ବେହେରାଙ୍କ ସମେତ ଜିଲ୍ଲା ଅଭିଭାବକ ସଂଘ ପଲ୍ଲୀ ପ୍ରଗତି ମହାବିଦ୍ୟାଳୟ ପ୍ରାଙ୍ଗଣରେ ସାମ୍ବାଦିକ ସମ୍ମିଳନୀ କରି ସ୍କୁଲ ଦୀର୍ଘଦୀନ ହେବ ବନ୍ଦ ପଡ଼ିବା ନେଇ ଆଲୋଚନା କରିଥିଲେ ।

ସ୍କୁଲ ବନ୍ଦ ରହିବା ଫଳରେ ଛାତ୍ରଛାତ୍ରୀ ମାନେ ପ୍ରାଥମିକ ଶିକ୍ଷା ପାଇବାରୁ ବଞ୍ଜିତ ହେଉଛନ୍ତି ବୋଲି ଏହି ସମ୍ମିଳନୀରେ କୁହାଯାଇଥିଲା। ରାଜ୍ୟରେ କୋଭିଡ୍ ସ୍ଥିତି ସୁଧାର ଆସୁଥିଲେ ସୁଧା ସ୍କୁଲ ଗୁଡିକ ବନ୍ଦ ପଡ଼ିଛି । ଫଳରେ କୋମଳମତି ଛାତ୍ରଛାତ୍ରୀ ମାନେ ପ୍ରାଥମିକ ଶିକ୍ଷା ପାଇପାରୁନାହାନ୍ତି।ଏନେଇ ଅଭିଭାବକ ମାନେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତିକୁ ସମାଲୋଚନା କରିବା ସହ ରାଜ୍ୟ ଗଣଶିକ୍ଷା ବିଭାଗ ଉପରେ ବର୍ଷିଛନ୍ତି। ସରକାର ଏଭଳ ନିୟମ ଚାଲୁରଖିଲେ ଆଗାମୀ ଦିନରେ ହଜାର ହଜାର ଛାତ୍ରଛାତ୍ରୀ ଭବିଷ୍ୟତ ଅନ୍ଧାର ହୋଇଯିବ।

ସେପଟେ ସରକାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ଖୋଲା କରି ବିିଭିନ୍ନ କାର୍ଯ୍ୟକ୍ରମ ଚାଲୁରଖୁଥିବା ବେଳେ ପ୍ରାଥମିକ ଶିକ୍ଷାକୁ ସରକାର ଅବହେଳା କରୁଛନ୍ତି। ସରକାର ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଚାଲୁ ନକଲେ ଆଗାମୀ ଦିନରେ ଅଭିଭାବକ ମାନେ ହାଇକୋର୍ଟଙ୍କ ଆଶ୍ରୟ ନେବେ ବୋଲି ଅଭିଭାବକ ସଂଘ ଚେତାବନୀ ଦେଇଛି।

Leave A Reply

Your email address will not be published.