ନୂଆଦିଲ୍ଲୀ: ସର୍ବୋଚ୍ଚ ଶିଶୁ ଅଧିକାର ସଂସ୍ଥା ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର)ର ଏକ ଅଧ୍ୟୟନରେ ପ୍ରକାଶ ପାଇଛି ଯେ ୫୯.୨ ପ୍ରତିଶତ ପିଲା ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ୍ ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି। ଏହାସହିତ କେବଳ ୧୦.୧ ପ୍ରତିଶତ ପିଲା ଅନଲାଇନ୍ ଶିକ୍ଷା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି।
ଅଧ୍ୟୟନରେ କୁହାଯାଇଛି ଯେ “ପ୍ରାୟ ୫୯.୨ ପ୍ରତିଶତ ପିଲା ଚାଟିଂ ପାଇଁ ସ୍ମାର୍ଟଫୋନ୍ର ବ୍ୟବହାର କରନ୍ତି। ଯେମିତିକି ହ୍ବାଟସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ସ୍ନାପଚାଟ ଆଦିର ବ୍ୟବହାର କରନ୍ତି। ମାତ୍ର ୧୦.୧ ପ୍ରତିଶତ ପିଲା ଅନଲାଇନ୍ ଶିକ୍ଷା ପାଇଁ ସ୍ମାର୍ଟଫୋନ୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି।
ଅଧ୍ୟୟନ ଅନୁଯାୟୀ ସମସ୍ତ ବୟସ ବର୍ଗର ୩୦.୨ ପ୍ରତିଶତ ପିଲାଙ୍କର ନିଜସ୍ୱ ସ୍ମାର୍ଟଫୋନ୍ ଅଛି।
ଆଶ୍ଚର୍ଯ୍ୟର କଥା ହେଉଛି, ୧୦ ବର୍ଷ ବର୍ଗର ୩୭.୮ ପ୍ରତିଶତଙ୍କର ଫେସବୁକ୍ ଆକାଉଣ୍ଟ ଅଛି ଏବଂ ଅନୂରୂପ ବର୍ଗଙ୍କ ମଧ୍ୟରେ ୨୪.୩ ପ୍ରତିଶତଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଅଛି।
Comments are closed.