Latest Odisha News

ବୋମା ଧମକ ପରେ ଅନେକ ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ବିମାନରେ ବୋମା ଥିବା ନେଇ ଗତ କିଛି ଦିନ ହେବ ଧମକ ମିଳିବା ଜାରି ରହିଛି। ଶନିବାର ଦିନ ଦେଶର ୨୦ରୁ ଅଧିକ ବିମାନରେ ବୋମା ଥିବା ଧମକ ମିଳିଥିଲା। ଯାହାକୁ ନେଇ ସୁରକ୍ଷା ଏଜେନ୍ସି ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି।

ସୂଚନାନୁସାରେ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାସ ଏୟାର, ଭିସ୍ତାରା, ସ୍ପାଇସଜେଟ, ଷ୍ଟାର ଏୟାର ଏବଂ ଆଲାଇନ୍ସ ଏୟାର ବିମାନକୁ ବୋମା ଧମକ ଦିଆଯାଇଛି। ଯାହାଫଳରେ ଏଥିମଧ୍ୟରୁ କେତେକ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

ତେବେ ଏହା ମଧ୍ଯରେ ଇଣ୍ଡିଗୋ ଏୟାରଲାଇନ୍ସର ଦିଲ୍ଲୀ ଏବଂ ମୁମ୍ବାଇରୁ ଇସ୍ତାନବୁଲ, ଯୋଧପୁରରୁ ଦିଲ୍ଲୀ ଏବଂ ଭିସ୍ତାରାର ଉଦୟପୁରରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିବା ବିମାନ ମଧ୍ଯ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.