Latest Odisha News

BREAKING NEWS

ବିଜେଡି ନେତ୍ରୀ ଅପୂର୍ବା ଅପରୁପାଙ୍କ କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ

ବୌଦ୍ଧ: ନିର୍ବାଚନ ସମୟରେ ବିଜେଡି ନେତ୍ରୀଙ୍କ କାରରୁ ମିଳିଲା ପୁଳା ପୁଳା ଟଙ୍କା। ବୌଦ୍ଧ-ନୟାଗଡ଼ ସୀମା ଚେକ୍ ପଏଣ୍ଟରେ ପୁଲିସ ଏକ କାରରୁ ନଗଦ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଜବତ ସମୟରେ କାରରେ ଅପୂର୍ବା ଅପରୁପା ନାମକ ବିଜେଡି ଦଳର ଜଣେ ମହିଳା ନେତ୍ରୀ ଥିଲେ।

ପୁରୁଣାକଟକ ପୁଲିସ ବିଜେଡି ନେତ୍ରୀ, ଅନ୍ୟ ଜଣେ ମହିଳା ଓ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଛି। ବିଜେଡିର ମିଡିଆ ପ୍ୟାନେଲିଷ୍ଟ ଭାବେ ଜଣାଶୁଣା ଅପୂର୍ବା ଅପରୁପା। ବିଭିନ୍ନ ସମୟରେ ସେ ତାଙ୍କ ସୋଶିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳୀୟ ନେତା ଭିକେ ପାଣ୍ଡିଆନଙ୍କ ସହ ଫଟୋରେ ନଜର ଆସିଛନ୍ତି।

ଜବତ ହୋଇଥିବା ପାଣ୍ଠିର ଉତ୍ପତ୍ତି ଓ ଏହି ଟଙ୍କା କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେଇଥାନ୍ତା ସେ ସମ୍ପର୍କରେ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ଥାନା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ସ୍ଥାନୀୟ ନେତାଙ୍କୁ ଫେରାଇ ଦିଆଯାଇଥିବା ବେଳେ ଶାସକ ଦଳର ସମ୍ପୃକ୍ତି ଥିବାରୁ ଏହାକୁ ଲୁଚାଇବାକୁ ପ୍ରୟାସ ହେଉଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ କୌଣସି ବିବୃତି ଜାରି କରାଯାଇନଥିବା ବେଳେ ଅଟକ ବ୍ୟକ୍ତିମାନଙ୍କୁ ୮ ଘଣ୍ଟା ଅଟକ ରଖିବା ଓ ପ୍ରାଥମିକ ଦସ୍ତାବିଜ ଅନୁଧ୍ୟାନ ପରେ ଛାଡ଼ି ଦିଆଯାଇଛି।

Comments are closed.