Latest Odisha News

BREAKING NEWS

କାଶ୍ମୀରରେ ପ୍ରଥମ ମୁଣ୍ଡ ନେଲା କରୋନା

କାଶ୍ମୀର: ଭାରତରେ କରୋନା ନେଲା ଆଉ ଏକ ଜୀବନ ।

ଗୁରୁବାର ଦିନ ଜମ୍ମୁ-କାଶ୍ମୀରର ଶ୍ରୀନଗରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ହାଇଦରପୋରାରେ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନାରେ ଦେହାନ୍ତ ହୋଇଥିବା ଜାମ୍ମୁ କାଶ୍ମୀରର ମୁଖ୍ୟ ସଚିବ (ଯୋଜନା ଆୟୋଗ) ରୋହିତ କାନସାଲ ସୂଚନା ଦେଇଛନ୍ତି ।

କାଶ୍ମୀର ଏହାର ପ୍ରଥମ ମୃତ୍ୟୁ ଖବର କରିଛି। ଏହାସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର ରିପୋର୍ଟ କରିଛି ଯେ ଦେଶରେ କରୋନାରେ ଏପର୍ଯ୍ୟନ୍ତ ୬୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ।

Leave A Reply

Your email address will not be published.