Latest Odisha News

BREAKING NEWS

ଓୱେସୀଙ୍କ କାରକୁ ଗୁଳିମାଡ

ମୀରଟ: ଉତରପ୍ରଦେଶର ମୀରଟରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ କାର ଉପରକୁ ଗୁଳିମାଡ ହୋଇଛି । ଓୱେସୀ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଛିଜାରସୀ ଟୋଲ ଗେଟ ନିକଟରେ ୩/୪ଜଣ ଦୁର୍ବୁତ କାର ଉପରକୁ ଗୁଳିମାଡ କରି ଫେରାର ହୋଇ ଯାଇଥିଲେ । ଗାଡି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ମୁଁ ସମ୍ପୂର୍ଣ୍ଣ ଠିକ ଅଛି ବୋଲି ସେ ଲେଖିଛନ୍ତି । ଗାଡି ପମ୍ପଚର ହେବା ପରେ ଅନ୍ୟ ଏକ କାରରେ ସେ ଘରକୁ ପ୍ରତ୍ୟାବର୍ତନ କରିଥିଲେ । ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରବା ସହ ସିସିଟିଭି ଫୁଟେଜକୁ ଯାଂଚ କରୁଛି ।

ପ୍ରାରମ୍ଭିକ ତଦନ୍ତରେ ସେଠାରେ କିଛି ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିବା ଜଣାପଡିଛି । ଓୱେସୀ ନିର୍ବାଚନ ପ୍ରସାର ପାଇଁ ଏଠାକୁ ଆସିଥିଲେ । ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିବା ସହ ବିଜେପିକୁ ଭୋଟ ନ ଦେବା ପାଇଁ ପ୍ରଚାର କରିଥିଲେ ।

Comments are closed, but trackbacks and pingbacks are open.