Latest Odisha News

ଅଜବ ମାମଲା: ଡ଼ାକ୍ତରଙ୍କ ଅବହେଳାରୁ ଶୁଆର ମୃତ୍ୟୁ ଅଭିଯୋଗ

କାନପୁର: କାନପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଡ଼ାକ୍ତରଙ୍କ ଅବହେଳାରୁ ଗୋଟେ ଶୁଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶୁଆର ମାଲିକ ହସପିଟାଲରେ ହୋହଲ୍ଲା କରିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏହି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପୋଲିସ ତତ୍ପରତା ଦେଖାଇଛି । ଘଟଣାସ୍ଥଳକୁ ଯାଇ ତଦନ୍ତ ବି ଆରମ୍ଭ କରିଛି ।

କାନପୁରର କିଡୱାଇନଗର ଥାନା ଅନ୍ତର୍ଗତ ଜୁହି ଡ଼ିପୋ ଅଞ୍ଚଳର ଶ୍ୟାମସାଦ ଅହମ୍ମଦ ଘରେ ଗୋଟେ ଶୁଆ ପାଳିଥିଲେ । କୌଣସି କାରଣକୁ ନେଇ ଶୁଆଟି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ଶ୍ୟାମସାଦ ସଙ୍ଗେ ସଙ୍ଗେ ଶୁଆଟିକୁ ଧରି ସ୍ଥାନୀୟ ହସପିଟାଲରେ ପହଞ୍ôଚଥିଲେ । ଚିକିତ୍ସା କରିବା ପରେ ଡ଼ାକ୍ତର ଶୁଆଟିକୁ ଔଷଧ ଖାଇବାକୁ ଦେଇଥିଲେ । ହେଲେ ଔଷଧ ଖାଇବା ପରେ ଶୁଆଟିର ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡାକୁ ଲାଗିଲା । ଶେଷରେ ସୁଆଟିର ମୃତ୍ୟୁ ହୋଇଥିଲା । ଏହା ଜାଣିବା ପରେ ଶ୍ୟାମସାଦ ଉତ୍ତ୍ୟକ୍ତ ହୋଇ ହସପିଟାଲରେ ହୋହଲ୍ଲା କରିଥିଲେ । ଡ଼ାକ୍ତରଙ୍କ ଅବହେଳାରୁ ତାଙ୍କର ପ୍ରିୟ ଶୁଆର ମୃତ୍ୟୁ ହୋଇଥିବା ନେଇ ଥାନାର ଦ୍ୱାରସ୍ଥ ହେଲେ ।

Comments are closed.