ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଅକ୍ସିଜେନ ଅଡିଟ କମିଟି ଗୁରୁବାର ରିପୋର୍ଟ ଦାଖଲ କରିଛି । କରୋନା ମହାମାରୀ ଦ୍ୱିତୀୟ ଲହରୀରେ ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ଅଧିକ ଅକ୍ସିଜେନ ଦାବୀ କରିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛଇ । ଏପରିକି ଦିଲ୍ଲୀ ସରକାର ଯେତିକି ଦରକାର ତାଠାରୁ ୪ଗୁଣ ଅଧିକ ଅକ୍ସିଜେନ କେନ୍ଦ୍ରକୁ ମାଗିଥିଲା ।
ଦିଲ୍ଲୀରେ ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ଏବଂ ସ୍ଥାନୀୟ ସରକାର ମୁହାଁମୁହିଁ ହୋଇଥିଲେ । ଦିଲ୍ଲୀ ସରକାର ଦାବୀ ପୂରଣ ପାଇଁ କେନ୍ଦ୍ରକୁ ଅନ୍ୟ ରାଜ୍ୟର କୋଟା କାଟିବାକୁ ପଡିଥିଲା । ସେ ସମୟରେ ପ୍ରତ୍ୟେକ ଦିନ ଦିଲ୍ଲୀରେ ୩୦୦ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକତା ଥିବା ବେଳେ ୧୨୦୦ ମେଟ୍ରିକ ଟନ ପଠାଇବା ପାଇଁ କେନ୍ଦ୍ର ଉପରେ ଚାପ ପକାଯାଇଥିଲଶ ।
Comments are closed.