Latest Odisha News

ଜୁହାର ପାଉଣ୍ଡେସନ୍ ମୁମ୍ବାଇ ଆନୁକୂଲ୍ୟରେ ଭବାନୀପାଟଣାରେ ଅକ୍ସିଜେନ୍ ବ୍ୟାଙ୍କ ଉଦଘାଟିତ

ଭବାନୀପାଟଣା: ଜୁହାର ଫାଉଣ୍ଡେସନ ମୁମ୍ବାଇ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ପ୍ରଗତି କଲେଜରେ ଅକ୍ସିଜେନ ବ୍ୟାଙ୍କ ଉଦଘାଟିତ ହୋଇଛି । ଭର୍ଚୁଆଲରେ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅକ୍ସିଜେନ ବ୍ୟାଙ୍କକୁ ଉଦଘାଟନ କରିଥିଲେ । ଏହାଦ୍ୱାରା ଘରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ଅକ୍ସିଜେନ ଆବଶ୍ୟକତା ପଡିଲେ ନିଶୁଳ୍କରେ ପହଞ୍ଚାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଗତି କଲେଜର ମୁଖ୍ୟ ଅଜୟ ପଣ୍ଡା, ଜୁହାର ଫାଉଣ୍ଡେସନର ଦୀପକ ପୂଝାରୀ, ପ୍ରଦୀପ ପଣ୍ଡା, ଦିବ୍ୟନ୍ଦୁ ପଟ୍ଟନାୟକ, ମହେଶ ଅଗ୍ରୱାଲ, ପ୍ରତ୍ୟୁଷ ପଣ୍ଡା, ସମୀର ପଣ୍ଡା, ଏ. ସି. ପତି ପ୍ରମୁଖ ଭର୍ଚୁଆଲରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.