Latest Odisha News

BREAKING NEWS

ବିରଜା ମନ୍ଦିରରେ୧୪୪ ଧାରା ଜାରି

ଯାଜପୁର : କରୋନା ଯୋଗୁ କଟକଣା । ବାହାରକୁ ବାହାରିବାରେ ମଧ୍ୟ ନିୟମ । ଆଗକୁ ରଜ ସାବିତ୍ରୀ ଥିବା ବେଳେ ଭିଡ ନକରିବାକୁ ଦିଆଯାଇଛି ପରାମର୍ଶ । ଗୁରୁବାର ସାବିତ୍ରୀ ପୂଜା ଥିବାରୁ ବଜାର ଗୁଡିକରେ କିଛି ସ୍ଥାନରେ ଭିଡ଼ ଲାଗିଛି । ସେହିଭଳି ମନ୍ଦିର ଗୁଡିକରେ ଭିଡ ଆଶଙ୍କା କରି ଏବେଠୁ କରାଯାଉଛି ସତର୍କ । ପ୍ରଶାସନ ପକ୍ଷରୁ କରାଯାଇଛି କଟକଣା ।

ଯାଜପୁରରେ ମଧ୍ୟ ସମାନ ନିୟମ କରାଯାଇଛି । ବିରଜା ମନ୍ଦିରରୁ ନେଇ ଲକ୍ଷ୍ମୀ ମନ୍ଦିର ଓ ବରାହ ଆଦି ମନ୍ଦିରରେ ଭିଡ଼ ଯୋଗୁ ଲୋକଙ୍କୁ ସତର୍କ କରିଦିଆଯାଇଛି । ଏହି ସବୁ ମନ୍ଦିର ଗୁଡିକରେ ୧୪୪ ଧାରା ଜାରି କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ଜନଗହଳିପୁର୍ଣ୍ଣ ଅଞ୍ଚଳ ଗୁଡିକରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ତେବେ କଟକଣା ନମାନିଲେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କଡା ତାଗିଦ୍ କରାଯାଇଛି ।

Leave A Reply

Your email address will not be published.