Latest Odisha News

BREAKING NEWS

ମାର୍ଚ୍ଚରେ ବାହା ହେବେ ଓୟୋ ସିଇଓ ରାୟଗଡ଼ାର ପୁଅ ରିତେଶ

ଭୁବନେଶ୍ୱର: ହାତକୁ ଦି ହାତ ହେବେ ଓୟୋ ସିଇଓ । ଓୟୋ ହୋଟେଲ୍ସର ଫାଉଣ୍ଡର ତଥା ସିଇଓ ରାୟଗଡ଼ାର ପୁଅ ରିତେଶ ଅଗ୍ରୱାଲ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ୨୯ ବର୍ଷର ରିତେଶ ବିବାହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦେଇଛନ୍ତି ନିମନ୍ତ୍ରଣ କାର୍ଡ ।

ରିତେଶ ମାର୍ଚ୍ଚ ମାସରେ ବାହା ହେବେ । ଆଜି ମାଆଙ୍କ ସହ ରିତେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଏନେଇ ରିତେଶ ଟ୍ୱିଟରରେ ଫଟୋ ସେୟାର୍ କରି ଲେଖିଛନ୍ତି ଜୀବନର ନୂଆ ଇନିଂସ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶୀର୍ବାଦ ନେଇଛି । ପିଏମ୍ ମୋଦି ଭେଟିବାକୁ ସମୟ ଦେଇଥିବାରୁ ମୁଁ କୃତଜ୍ଞ ।

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ରିତେଶ ଆସନ୍ତା ମାସରେ ଦିଲ୍ଲୀରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ବାହାଘର ପରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରିସେପସନ୍ ପାର୍ଟି ହେବ । ରାୟଗଡ଼ାର ଏକ ମାରୱାଡ଼ି ପରିବାରରେ ଜନ୍ମିତ ରିତେଶ ଅଗ୍ରୱାଲ ୨୦୧୧ରେ ପଢ଼ିବାକୁ ଦିଲ୍ଲୀ ଯାଇଥିଲେ । ଦୁଇ ବର୍ଷ କଲେଜରେ ପଢ଼ିବା ପରେ ସ୍କଲାରସିପ୍ ମିଳିବାରୁ କଲେଜ ଛାଡ଼ି ଦେଇଥିଲେ ।

୨୦୧୩ରେ ରିତେଶ ଆରମ୍ଭ କରିଥିଲେ ଓୟୋ ହୋଟେଲ୍ସ । ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା । ଆଜି ଭାରତ ସହ ବିଦେଶରେ ଓୟୋ ସେବା ଯୋଗାଉଛି । ୮୦୦ରୁ ଅଧିକ ସହରରେ ଓୟୋର ଉପସ୍ଥିତି ରହିଥିବା ବେଳେ ରିତେଶଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୭ ହଜାର ୨୫୩ କୋଟି ।

Leave A Reply

Your email address will not be published.