Latest Odisha News

BREAKING NEWS

କାନ୍ତାରା ୨ରେ ଅଭିନୟ କରିବେକି ରଜନୀକାନ୍ତ?

ମାଡ୍ରାସ: କାନ୍ତାରା ଫିଲ୍ମର ଅପୂର୍ବ ସଫଳତା ପରେ କନ୍ନଡ ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ଏହାର ସିକ୍ୱେଲ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କାନ୍ତାରା ୨ରେ ଦର୍ଶକମାନେ ଏପରି ଜଣେ ହୀରୋଙ୍କୁ ଦେଖିବେ ଯେ, ଖୁସିରେ ପାଗଳ ହୋଇ ଉଠିବେ । ରିପୋର୍ଟ ମୁତାବକ ମେଗାଷ୍ଟାର ରଜନୀକାନ୍ତ ଏହି ଫିଲ୍ମରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ଯାଉଛନ୍ତି । ଅବଶ୍ୟ ଏ ନେଇ ରିଷଭ କିମ୍ବା ରଜନୀକାନ୍ତଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ । କାନ୍ତାରା ୨ରେ ଅଭିନୟ ପାଇଁ ମେକର୍ସ ଓ ଉର୍ବଶୀ ରୌତାଲାଙ୍କ ମଧ୍ୟରେ କଥାବାର୍ତା ଚାଲିଛି ।

କାନ୍ତାରା ଫିଲ୍ମର ୧୦୦ ଦିନ ପୂରଣ ଅବସରରେ ରିଷଭ ଏହାର ସିକ୍ୱେଲ ସମ୍ପର୍କରେ ଘୋଷଣା କରିଥିଲେ । ଦର୍ଶକମାନେ ଆମେ ଯେଉଁ ଭଲ ପାଇବା ଦେଇଛନ୍ତି ତାହା ଭୁଲିହେବ ନାହିଁ । କାନ୍ତାରା ୨ରେ ମଧ୍ୟ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.