Latest Odisha News

BREAKING NEWS

ଓୟୋ ପ୍ରତିଷ୍ଠାତା ନିଜ ରାଜ୍ୟରେ ଖୋଲିଲେ ମାଗଣା ସ୍ବାସ୍ଥ୍ଯସେବା

ଭୁବନେଶ୍ୱର: ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରଓ୍ବାଲ ଆସନ୍ତା ବର୍ଷକ ମଧ୍ୟରେ ନିଜ ରାଜ୍ୟ ଓଡ଼ିଶାରେ ୫ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି। ଏହି କେନ୍ଦ୍ରଗୁଡ଼ିକ ବିଶେଷ କରି ଅବହେଳିତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଅତ୍ୟାବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବ ଏବଂ ସେମାନଙ୍କ ପାଇଁ ସୁବିଧା ସୁଯୋଗର ବ୍ୟବଧାନକୁ ଦୂର କରିବ।

ରିତେଶଙ୍କ ପିତାମାତାଙ୍କ ନାମରେ ରମେଶ ଏବଂ ବେଲା ଅଗ୍ରଓ୍ୱାଲ ସ୍ୱାସ୍ଥ୍ୟସେବା କେନ୍ଦ୍ର ନାମରେ ନାମିତ ହୋଇଛି। ପ୍ରଥମ କେନ୍ଦ୍ରଟି ଡିସେମ୍ବର ୧୩ ତାରିଖରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନିଜ ସହର ରାୟଗଡ଼ାରେ ଉଦଘାଟିତ ହୋଇଥିଲା।

ଏହି ଉଦଘାଟନୀ ଉତ୍ସବରେ ରିତେଶ କହିଛନ୍ତି, ନିଜ ଜନ୍ମମାଟିରେ ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ପାଇଁ ଯୋଗଦାନ ଦେଇ ମୁଁ ଅତ୍ୟନ୍ତ ସମ୍ମାନିତ ଅନୁଭବ କରୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସେହି ସମୁଦାୟ ପ୍ରତି କୃତଜ୍ଞତାର ଏକ ବିନମ୍ର ନିଦର୍ଶନ ଯାହା ମୋ ଜୀବନ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆଜିର ବିକାଶଶୀଳ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ରିତେଶ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ଆଇଟି ଉଦ୍ଭାବକ, ନୀତି ନିର୍ଦ୍ଧାରକ ଏବଂ ସମୁଦାୟଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଥମ ତିନି ମାସରେ ମାଗଣା ଡାକ୍ତର ପରାମର୍ଶ ଦିଆଯିବା ପରେ ପ୍ରଥମ ଛଅ ମାସରେ ସମସ୍ତଙ୍କ ପାଇଁ ରିହାତି ଚିକିତ୍ସା ଓ ଔଷଧ ଦିଆଯିବାକୁ ଲକ୍ଷ୍ୟ ରଖିଛନ୍ତି ରିତେଶ ଅଗ୍ରଓ୍ବାଲ। ଆଗାମୀ ଦିନରେ ରାଜ୍ୟରେ ଏହି ସେବା ବ୍ୟାପକ ହେବ ବୋଲି ରିତେଶ ଅଗ୍ରଓ୍ବାଲ କହିଛନ୍ତି।

Comments are closed.