Latest Odisha News

ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଦୁର୍ଘଟଣା, ୨୦ ଆହତ

ବ୍ରହ୍ମପୁର: ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସିପଡିଲା ପିକଅପ୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମା’ ବାଙ୍କେଶ୍ଵରୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକଅପ୍ ରାସ୍ତା ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।

Comments are closed.