ଭୁବନେଶ୍ଵର: ବିଧାନସଭା ଆରମ୍ଭରୁ ହିଁ ଚାଲିଛି ହଟ୍ଟୋଗୋଳ । ଗୁହ ଭିତରେ ଓ ବାହାରେ ପ୍ରତିବାଦ । ଗୃହ ଭିତରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧି କମ୍ପନ କରୁଥିବା ବେଳେ ଗୃହ ବାହାରେ ଆନ୍ଦୋଳନ କରିଛନ୍ତି ପାଚିକା । ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ପାଚିକା ମହାସଂଘ । ଦାବୀପୂରଣ ନହେଲେ ମଧ୍ୟାହ୍ନ ଭୋଜନ ବନ୍ଦ କରିବାକୁ ଦେଇଛନ୍ତି ଚେତାବନି । ପରିଶ୍ରମକୁ ପାରିଶ୍ରମିକ ନିଅଣ୍ଟ ପଡୁଛି ବୋଲି କହିଛନ୍ତି ପାଚିକା ସଂଘ ।
ସୂଚନା ଅନୁସାରେ, ୧୦ ଦଫା ଦାବି ନେଇ ବିଜୁ ଶ୍ରମିକ ସାମୁଖ୍ୟ ସହ ଅନୁବନ୍ଧିତ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ସମାବେଶ କରିଛି । ମଧ୍ୟାହ୍ନ ଭୋଜନ, ଶିକ୍ଷା ବିକାଶ ଭଳି ଗୁରୁତ୍ବପୂର୍ଣ ଭିତ୍ତିଭୂମିରେ ଦୀର୍ଘ ବର୍ଷ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଏଯାଏଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ପାରିଶ୍ରମିକ ଦୈନିକ ଶହେ ଟଙ୍କା ପଡୁଛି । ବାସ୍ତବରେ ଉକ୍ତ ପାରିଶ୍ରମିକ ମାଆ ମାନଙ୍କର ଭୋକ ମେଣ୍ଟାଇବାରେ ସହାୟକ ହେଉନାହିଁ । ଏଣୁ ସରକାର ଘୋଷଣା କରିଥବା ପାରିଶ୍ରମିକ ପୁନଃ ବିଚାର କରି ମାସିକ ୩ ହଜାର ଟଙ୍କା ବଦଳରେ ଦୈନିକ ସର୍ବନିମ୍ନ ମଜୁରୀ ୪୫୨ ଟଙ୍କା ହିସାବରେ ମାସିକ ୧୩୫୬୦ ଟଙ୍କା ଦେବାକୁ ଦାବି କରିଛନ୍ତି ।
ପାଚିକା ମାଆ ମାନଙ୍କର ପାରିଶ୍ରମିକ ୨୦୧୮ ମସିହାରେ ୨୦୦୦ଟଙ୍କା ଘୋଷଣା କରିଥିଲେ । ପରେ ମାଆ ମାନଙ୍କୁ ୧୪୦୦ ଟଙ୍କା ଦିଆଯାଇଥିଲା। ଘୋଷଣା କରାଯାଇଥିବା ୨୦୦୦ ଟଙ୍କାର ବକେୟା ରାଶି ପ୍ରାୟ ପ୍ରତ୍ୟେକଙ୍କ ୩୬୦୦୦ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି । ତେବେ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି ସଂଘ ।
Comments are closed.