Latest Odisha News

BREAKING NEWS

[ଭିଡିଓ] କାମାକ୍ଷାନଗରରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଢେଙ୍କାନାଳ : ଶୁଭାରମ୍ଭ ହେଲା ଧାନ ମଣ୍ଡି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ବ୍ଲକ ଗୋଦରିବିଲି ଠାରେ ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସରଜ କୁମାର ସେଠୀ ଯୋଗଦେଇ ସରକାରୀ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଅନ୍ୟପଟେ ଏନେଇ ଜିଲ୍ଲାପାଳ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ ୫୦ ହଜା କ୍ୱିଣ୍ଟାଲ ଧାନ ୧୬ ଟି ମିଲରଙ୍କ ଜରିଆରେ କିଣାହେବ ।

ଏଥିପାଇଁ ଢେଙ୍କାନାଳ ଜିଲ୍ଲାରେ ୮୫ ଟି ଧାନ କ୍ରୟ କେନ୍ଦ୍ର ରହିଛି । ହେଲେ ମଣ୍ଡି ୫୭ ଗୋଟି କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବ । ଚଳିତ ଥର ଜିଲ୍ଲାର ୪୯ ହଜାର ଚାଷୀ ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି । ତେବେ ପୂର୍ବବର୍ଷ ଭଳି ଟୋକନ ବ୍ୟବସ୍ଥାରେ କୌଣସି ବିଭ୍ରାନ୍ତ ସୃଷ୍ଟି ହେବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଚାଷୀ ମାନଙ୍କ ଠାରୁ ୮୦ ଭାଗ ଓ ଅବଶିଷ୍ଟାଂଶ ୨୦ ଭାଗ ଦ୍ୱିତୀୟ ପର୍ଯ୍ୟାୟରେ ଧାନ କିଣାହେବ । ଏହାଦ୍ୱାରା ଚାଷୀକୂଳ ସେମାନଙ୍କ ଉଚିତ ମୂଲ୍ୟ ପାଇପାରିବେ ।

Leave A Reply

Your email address will not be published.