Latest Odisha News

ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର

ଫୁଲବାଣୀ : ରାଜବୀରଙ୍କ ସହାୟତା ପାଇଁ ବିଦେଶରେ ସ୍ୱର । ଓଡିଶା ପୁଅ ରାଜବୀର ପାଇଁ ବିଦେଶରେ କରାଯାଉଛି କ୍ୟାମ୍ପେନିଙ୍ଗ । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସ୍ଏମ୍ଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ରାଜବୀର । ଫୁଲବାଣୀର ୧୯ ମାସର ପୁଅ ରାଜବୀର ପାଇଁ ଆମେରିକାରେ ଏକାଠି ହୋଇ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ପ୍ରବାସୀ ଓଡିଆ । ବିଦେଶରେ ଏବେ ସେଲିବ୍ରେସନ ମାହୋଲ ଚାଲିଥିବାବେଳେ ସେଠାରେ ରହୁଥିବା ପ୍ରବାସୀ ଓଡିଆ ରାଜବୀରକୁ ସାହାଯ୍ୟ କରିବାକୁ ନିଆରା ପ୍ରୟାସ କରିଛନ୍ତି ।

କୋର ସହରର ବିଭିନ୍ନ ଚର୍ଚ୍ଚ ବାହାରେ ରାଜବୀର ଫଟୋ ଲଗାଇ ସାହାଯ୍ୟ ମାଗୁଛନ୍ତି । ଅନଲାଇନ୍ ଜରିଆରେ ଟଙ୍କା ଦାନ କରି ରାଜବୀରଙ୍କୁ ବଂଚାଇଦେବା ପାଇଁ ବି ସେମାନେ ନିବେଦନ କରୁଛନ୍ତି । ମୃତ୍ୟୁ ସହ ଲଢେଇ କରୁଥିବା ରାଜବୀରଙ୍କୁ ଜୋଲଗେନ୍ସମା ଇଞ୍ଜେକସନର ଆବଶ୍ୟକତା ଥିବା ଡାକ୍ତର କହିଛନ୍ତି ।

ଇଞ୍ଜେକସନର ମୂଲ୍ୟ ୧୬ କୋଟି ହୋଇଥିବାରୁ ଏତେ ଟଙ୍କା ଯୋଗାଡ କରିବା ପରିବାର ପକ୍ଷେ ସମ୍ଭବପର ହେଉନି, ତେଣୁ ରାଜବୀରଙ୍କ ବାପା-ମା, ପୁଅର ଚିକିତ୍ସା ପାଇଁ ରାଜ୍ୟ ରାଜ୍ୟ ବୁଲି ସାହାଯ୍ୟ ମାଗୁଥିବା ବେଳେ, ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢାଇଛନ୍ତି ।

Leave A Reply

Your email address will not be published.