Latest Odisha News

BREAKING NEWS

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ; ଧାନ ସଂଗ୍ରହ ନୀତିକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ୨୦୧୯-୨୦ ଆର୍ଥୀକ ବର୍ଷ ଲାଗି ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।

ଏହି ବୈଠକଟି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦିନ ୧୧ଟା ୪୫ମିରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଏହି ବୈଠକରେ ଯେଉଁ ୧୧ଟି ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ସେଥିମଧ୍ୟରେ ଭୁବନେଶ୍ୱରସ୍ଥିତ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ମଧ୍ୟ ସାମିଲ ରହିଛି ।

Leave A Reply

Your email address will not be published.