Latest Odisha News

ଓମଫେଡ ଦୁଗ୍ଧ ଦର ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ କିଲୋପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ ।

ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍‌ ପ୍ରତି ଆସନ୍ତାକାଲିଠାରୁ ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ଓମଫେଡ଼୍‌ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଦୁଗ୍ଧ ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଥିଲା । ଆସନ୍ତାକାଲିଠାରୁ ଏହା ୪୪ ଟଙ୍କାରେ ବିକ୍ରି ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ ଦୁଗ୍ଧ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଥିବା କୃଷି ମନ୍ତ୍ରୀ ଅରୁଣ ସାହୁ ସେପ୍ଟେମ୍ବର ୧୦ ତାରିଖରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.