ଭୁବନେଶ୍ୱର: ଗୋଟିଏ ସପ୍ତାହ ମଧ୍ୟରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା। ଆଉ ସପ୍ତାହେ ମଧ୍ୟରେ ଓଡ଼ିଶାରେ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି ଆଜି ଖାଦ୍ୟ ଯୋଗାଣକାରୀ, ଗ୍ରାହକ କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ରବି ଫସଲ କ୍ରୟ ପାଇଁ ପଞ୍ଜୀକରଣ ସମାପ୍ତ ହୋଇଛି। ଏଥର ୨୦ଟି ଜିଲ୍ଲା ନିଆହେଇଛି, ପୂର୍ବରୁ ୧୭ ଟି ଜିଲ୍ଲାରେ ପଞ୍ଜୀକରଣ କରାଯାଉଥିଲା। ପଞ୍ଜୀକରଣ ପରେ, ଏକ ସାଟେଲାଇଟ୍ ସର୍ଭେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସପ୍ତାହ ମଧ୍ୟରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଧାନ ସଂଗ୍ରହ ପରେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଜମା କରାଯିବ। ମଣ୍ଡିରେ ଜଣେ ନୋଡାଲ ଅଧିକାରୀ ରହିବେ। ଆମର ଲକ୍ଷ୍ୟ ୧୫ ଲକ୍ଷ ମେଟ୍ରିକ୍ ଟନ୍ । ପ୍ରଥମ ପର୍ଯ୍ୟାୟରେ, ଆମେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ‘କଟନି ଛଟନି’ ହେବ ନାହିଁ ଏବଂ ଏହା କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାନ ସଂଗ୍ରହ ବିଷୟରେ ଆଲୋଚନା କରିବା ସମୟରେ ଖାଦ୍ୟ ଯୋଗାଣକାରୀ, ଗ୍ରାହକ କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ ଯେ ଭୁବନେଶ୍ୱରରେ ଏକ ବିଜ୍ଞାନ ସହର ହେବ। ମୁଖ୍ୟମନ୍ତ୍ରୀ ଏଥିପାଇଁ କାମ ଆରମ୍ଭ କରିସାରିଛନ୍ତି।
Comments are closed.