Latest Odisha News

BREAKING NEWS

ଆସନ୍ତା ଶନିବାର ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆସନ୍ତା ଶନିବାର ମହାପ୍ରଭୁଙ୍କ ଚିତ୍ତାକର୍ଷକ ପଦ୍ମବେଶ। ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମହାପ୍ରଭୁ ବଡ଼ସିଂହାର ବେଶରେ ପଦ୍ମବେଶରେ ମଇଲମ ହୋଇଥାନ୍ତି । ବର୍ଷକରେ ଗୋଟିଏ ଦିନ ମହାପ୍ରଭୁଙ୍କର ଏହି ବେଶ ହୋଇଥାନ୍ତି । ଆଉ ରାତି ତମାମ ବେଶରେ ରହିଥାନ୍ତି । ଆଉ ତା’ ପରଦିନ ଅବକାଶ ନୀତି ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।

ହେଲେ ଏଥର ଭକ୍ତମାନେ ପଦ୍ମବେଶ ଦର୍ଶନରୁ ବଞ୍ଚିତ ହେବାର ସ୍ଥିତି ଉପୁଜିଛି । ପୌଷ ପୂର୍ଣ୍ଣିମାରେ ନୀତି ବିଶୃଙ୍ଖଳା ଯୋଗୁଁ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବା ସହ ପଦ୍ମବେଶ ଦେଖିବାକୁ ଆଶା ରଖିଥିଲେ । ହେଲେ ରବିବାର ଶ୍ରୀମନ୍ଦିର ସାନିଟାଇଜେସନ ହେଉଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ ପୂର୍ବଦିନ ଅର୍ଥାତ ଶନିବାର ଦିନ ମହାପ୍ରଭୁଙ୍କ ବଡସିଂହାର ବେଶ ଅନୁଷ୍ଠିତ ହେଉଥିବାରୁ, ଯେତେ ଭକ୍ତ ଶ୍ରୀମନ୍ଦିର ଯାଇଥିବେ ସେମାନେ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ଅବସରରେ ବଡ଼ଛତା ମଠ ପକ୍ଷରୁ କାରିଗରଙ୍କ ଦ୍ବାରା ସୋଲ, ଜରି, କଦଳିପାଟୁଆ, କନା, ରଙ୍ଗ ସାହାଯ୍ୟରେ ପଦ୍ମ ଫୁଲ ଓ କଢ଼ିମାନ ପ୍ରସ୍ତୁତ ହୋଇ ଶ୍ରୀଜିଉଙ୍କୁ ଲାଗି କରାଯାଇଥାଏ।

Leave A Reply

Your email address will not be published.