Latest Odisha News

BREAKING NEWS

ମମତାଙ୍କ ପ୍ରିୟ ପୋଲିସ ଯୋଗ ଦେଲେ ଟିଏମସିରେ

କୋଲକାତା: ଚନ୍ଦନନଗର ପୋଲିସ କମିଶନର ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ହୁମାୟନ କବିର ଟିଏମସିରେ ମିଶିଛନ୍ତି । ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂର୍ବରୁ ବିରୋଧୀମାନେ ଅଭିଯୋଗ କରିଥିଲେ । କମିଶନର ଥିବା ବେଳେ ସେ ବିବାଦୀୟ ନାରା ଦେବା ନେଇ ବିଜେପିର କିଛି ନେତାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦଳରେ ମିଶିବା ପରେ ସେ ଟିଏମସି ଓ ମମତାଙ୍କ ଗୁଣ ଗାନ କରିଥିଲେ । କବିରଙ୍କ ପତ୍ନୀ ଅନିଦିତା ପୂର୍ବରୁ ଟିଏମସିରେ ମିଶି ସାରିଛନ୍ତି । କଲାନାରେ ଆୟୋଜିତ ଏକ ସାଧାରଣ ସଭାରେ କବୀର ମମତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖେଇ ଆସୁଛି ନେତମାନଙ୍କ ଦଳବଦଳ କାର୍ଯ୍ୟକ୍ରମ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.