Latest Odisha News

BREAKING NEWS

ପଦ୍ମଜ ପାଳ ପାଇଲେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଜାପାନୀ ବାବୁଙ୍କ ଜନ୍ମଦିନ ପାଳନ ଅବସରରେ ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି । ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ସୀତାକାନ୍ତ ମହାପାତ୍ର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଶ୍ରୀ ପାଳଙ୍କୁ ପଚାଶ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିଶିଷ୍ଟ ପ୍ରକାଶନୀ ସଂସ୍ଥା ପଶ୍ଚିମା ପକ୍ଷରୁ ‘ଜାପାନୀ ବାବୁଙ୍କ କଥା ସମାହାର’ର ପ୍ରଥମ ଖଣ୍ଡ ଉନ୍ମୋଚିତ ହୋଇଥିଲା ।

ଯତୀନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ଗୌରହରି ଦାସ, ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇଜାପାନୀ ବାବୁଙ୍କ ସାରସ୍ୱତ ଯାତ୍ରା ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁକୁବିନା ଟ୍ରଷ୍ଟର ଟ୍ରଷ୍ଟି ତଥା ସ୍ୱର୍ଗତଃ ଜାପାନୀ ବାବୁଙ୍କ ସାନ ପୁଅ ସିଦ୍ଧାର୍ଥ ଦାସ ଟ୍ରଷ୍ଟର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ଏବଂ ଟ୍ରଷ୍ଟି ତଥା ଝିଅ ପୁରବୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.