Latest Odisha News

BREAKING NEWS

ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିହେବ : ସ୍ୱାମୀ ସୁଧାନନ୍ଦ ସରସ୍ୱତୀ

ଭୁବନେଶ୍ୱର : ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଶ୍ରୁତିନ୍ୟାସ ନିର୍ମାଣଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୁତିନ୍ୟାସର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀ ମହାରାଜଙ୍କବ ତତ୍ତ୍ୱାବଧାନରେ ୨୧କୁଣ୍ଡୀୟ ବିଶ୍ୱଶାନ୍ତି ବୈଦିକ ମହାଯଜ୍ଞ ସହ ପ୍ରେରକ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଯାଇଛି ।

ଏକ ସାମାନ୍ୟ ଘଟଣା ଯେମିତି ବାଳକ ମୂଳଶଙ୍କରଙ୍କୁ ମହର୍ଷି ଦୟାନନ୍ଦ ସରସ୍ୱତୀରେ ରୂପାନ୍ତରିତ କରି ଦେଇଥିଲା, ଠିକ୍ ସେମିତି ପ୍ରତ୍ୟେକଙ୍କୁ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ ସାଧନା ଦ୍ୱାରା ଚିରନ୍ତନ କ୍ରାନ୍ତି ପ୍ରାପ୍ତ କରିବାର ଉପାୟ ଦେବାକୁ ଏହି ସାଧକ ଆଶ୍ରମର ପରିକଳ୍ପନା ବୋଲି ସ୍ୱାମୀଜୀ ମତବ୍ୟକ୍ତ କରିଥିଲେ ।

ପ୍ରିୟେଶଜୀ ଦର୍ଶନାଚାର୍ଯ୍ୟଙ୍କ ସଞ୍ଚାଳନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କ ମାତା ସୂର୍ଯ୍ୟମଣୀ ପାଣିଗ୍ରାହୀ ଏବଂ ତ ପ୍ରିୟେଶ ଦର୍ଶନାଚାର୍ଯ୍ୟଙ୍କ ମାତା ବିପିନ ମାଦଳା ଯୋଗ ଦେଇଥଲେ । ଏହା ସହ ଭଜନ ପରିବେଷଣରେ ସର୍ବଶ୍ରୀ ଶ୍ରୀକାନ୍ତ ଷଡ଼ଙ୍ଗୀ, ମୋହନ ରେଡ୍ଡି, ନର୍ମଦା ପାତ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସହାୟତା କରିଥିବା ସମସ୍ତଙ୍କୁ ସଂଗଠନର ସଂଯୋଜକ ପଦ୍ମନାଭ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

Comments are closed, but trackbacks and pingbacks are open.