Latest Odisha News

ପଦ୍ମପୁର ଇଲେକ୍ଟ୍ରିକାଲ ଜେଇ ଭିଜିଲାନ୍ସ ଦ୍ୱାରା ଗିରଫ

ରାୟଗଡ଼ା: ପଦ୍ମପୁର ଇଲେକ୍ଟ୍ରିକାଲ ସେକ୍ସନର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୋରାପୁଟ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ଅଭିଯୋଗକାରୀଙ୍କ ଉଠା ଜଳସେଚନ ପଏଣ୍ଟକୁ ପୁନଃ ସଂଯୋଗ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ । ପୂର୍ବ ଅଭିଯୋଗ ଅନୁଯାୟୀ ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ବିଭାଗ ।

ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଧାରା-୭ ପିସି ଆକ୍ଟରେ ଅଧୀନରେ କେସ ନଂ-୨୫/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁଛି ।

Leave A Reply

Your email address will not be published.