Latest Odisha News

BREAKING NEWS

କବାଡି ମ୍ୟାଚ ଅବସରରେ ଚାଲିଗଲା ଖେଳାଳିଙ୍କ ଜୀବନ

ମାଡ୍ରାସ: ତାମିଲନାଡୁରେ ଏକ କବାଡି ମ୍ୟାଚ ଅବସରରେ ଦୁଃଖଦ ଘଟଣା ଘଟିଛି । ଏକ ଜିଲାସ୍ତରୀୟ ମୁକାବିଲାରେ ବିମଲରାଜ ନାମକ ଜଣେ କବାଡି ଖେଳାଳି ରେଡ କରୁଥିବା ସମୟରେ ବିରୋଧୀ ଦଳର ଖେଳାଳିଙ୍କ ନିକଟରୁ ବଂଚିବା ପାଇଁ ଡେଇଁଥିଲେ । ସେ ତଳେ ପଡି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବିମଲରାଜ ତଳେ ପଡିଥିବା ସମୟରେ ବିପକ୍ଷ ଦଳର ଜଣେ ଖେଳାଳିଙ୍କ ଆଂଠୁ ତାଙ୍କ ଛାତିରେ ଜୋରରେ ବାଜିଥିଲା । ସେ ନିଜ ଟିମପଟକୁ ଫେରି ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଠିପାରି ନ ଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ପାଣି ମାରି ଚେତା ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହୋଇ ନ ଥିଲା । ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହା ପରେ ଟ୍ରଫି ସହ ଏହି ଖେଳାଳିଙ୍କୁ ପୋତା ଯାଇଥିଲା । କିଛି ଦିନ ତଳେ ଏକ କିକ ବକ୍ସିଂ ମୁକାବିଲାରେ ନିଖିଳ ସୁରେଶ ନାମକ ଜଣେ ଖେଳାଳିଙ୍କ ଫାଇଟ ବେଳେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.