Latest Odisha News

BREAKING NEWS

ପଦ୍ମବନ ଅଚ୍ୟୁତାନନ୍ଦ ପୀଠ: ଜାଣନ୍ତୁ ଏହି ପୀଠର ମାହାତ୍ମ୍ୟ…

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତୀର୍ଥ ସ୍ଥାନ ନେମାଳ ମଠ। ଯାହା ଅଚ୍ୟୁତାନନ୍ଦ ଦାସ ମହାପୁରୁଷଙ୍କ ପୀଠ ସ୍ଥଳୀ ଭାବେ ବେଶ ଜଣାଶୁଣା । ଏହି ପୀଠ ସ୍ଥଳୀ ଚିତ୍ରୋତ୍ପଳା ନଦୀ କୁଳରେ ଅବସ୍ଥିତ। କେହି କେହି ସ୍ଥାନଟିକୁ ପଦ୍ମବନ ବୋଲି କହିଥାନ୍ତି।

ପାକୃତିକ ସୌନ୍ଦର୍ଯ୍ୟ ଭରା ପବିତ୍ର ଧର୍ମ ସ୍ଥଳୀ ବା ତୀର୍ଥ ସ୍ଥାନ ହେଉଛି ନେମାଳ ମଠ । ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଜନ୍ମ ଗ୍ରହଣ କରିଥିଲେ । ନେମାଳ ମଠକୁ ଗଲେ ଲାଗିବ ଯେପରି କୌଣସି ଔଷଧିୟ ଗଛ ଥିବା ଜଙ୍ଗଲ ମଧ୍ୟରେ ଆମେ ପ୍ରବେଶ କରିଛେ। ଏହି ପୀଠଟି ଅନେକ ଦେବ ବୃକ୍ଷ୍ୟ ଯେମିତିକି ନିମ୍ବ,ବର, ଅଶ୍ୱସ୍ତ, ବେଲ ଓ ବଉଳ ଆଦି ଗଛରେ ଭରିରହିଛି ।

ମହାପୁରୁଷ ଅଚ୍ୟୁତାନନ୍ଦ ଯେ କି ପଞ୍ଚସଖାଙ୍କ ମଧ୍ୟରୁ ଜଣେ। ସେ ପ୍ରସିଦ୍ଧ ଭବିଷ୍ୟ ମାଳିକା ଲେଖିଥିଲେ। ପ୍ରଭୁଙ୍କ ଆଦେଶରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏହି ପୀଠରେ ଧ୍ୟାନ ରେ ବସି ଶହ ଶହ ବର୍ଷ ତଳେ ତାଳ ପତ୍ରରେ ଲେଖିଥିବା ବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହୋଇଛି । ସମାଜରେ ଘଟୁଥିବା ବିତ୍ପତି ଆଉ ଆସୁଥିବା ବିପତ୍ତି କୁ ଶହ ଶହ ବର୍ଷ ପୂର୍ବେ ତାଳପତ୍ର ପୋଥୀ ରେ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ । ଏହି ବିପତ୍ତିରୁ ମନୁଷ୍ୟ ସମାଜ ନିଜକୁ, ନିଜ ପରିବାର କୁ ଏବଂ ସମଗ୍ର ସମାଜ କୁ କିଭଳି ରକ୍ଷା କରି ପାରିବ ତାହାର ଉପାୟ ମଧ୍ୟ ଲେଖି ଯାଇଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ।

Comments are closed.