Latest Odisha News

BREAKING NEWS

ତେଲେଙ୍ଗାନାବାସୀଙ୍କ ପାଇଁ ଖୁସି ଖବର, ଦିବ୍ୟାଙ୍ଗଙ୍କ ଭତ୍ତା ୪,୦୧୬ ଟଙ୍କାକୁ ବୃଦ୍ଧି କଲେ ସରକାର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଶାସନରେ ଆଉ ଐତିହାସିକ ମାନଦଣ୍ଡ ସ୍ଥାପିତ ହୋଇଛି। ଆସରା ପେନସନ ଯୋଜନା ଅଧିନରେ ଭିନ୍ନକ୍ଷମଙ୍କ ମାସିକ ଭତ୍ତା ୧, ୦୦୦ ଟଙ୍କା ବୃଦ୍ଧି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଚଳିତ ମାସଠାରୁ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ। ଦିବ୍ୟାଙ୍ଗ ବ୍ୟକ୍ତିମାନେ ପ୍ରତି ମାସରେ ୪,୦୧୬ ଟଙ୍କା ପେନ୍ସନ୍ ପାଇବେ। ପୂର୍ବରୁ ସେମାନେ ୩,୦୧୬ ଟଙ୍କା ମାସିକ ଭତ୍ତା ପାଉଥିଲେ।

ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଭିନ୍ନକ୍ଷମଙ୍କ ଭତ୍ତା ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟସରକାରଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଥିବା ୫ ଲକ୍ଷ ୧୧ ହଜାରରୁ ଅଧିକ ଭିନ୍ନକ୍ଷମ ଉପକୃତ ହେବେ। ଆସରା ପେନସନ ଯୋଜନାରେ ରାଜ୍ୟସରକାର ୪୩ ଲକ୍ଷ ୮୧ ହଜାରରୁ ଅଧିକ ଲୋକଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରିଆସୁଛନ୍ତି। ଏଥିପାଇଁ ପ୍ରତିମାସରେ ୯୯୬ କୋଟି ୪୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି।

Leave A Reply

Your email address will not be published.