Latest Odisha News

BREAKING NEWS

ଟି୨୦: ୨୯ ବଲରେ ଶତକ ମାରିଲେ ଫହଦ

ନୂଆଦିଲ୍ଲୀ: ଟି୨୦ କ୍ରିକେଟରେ ତୁର୍କୀର ମହମ୍ମଦ ଫହଦ ମାତ୍ର ୨୯ ବଲରେ ଶତକ ମାରିଛନ୍ତି । ଟି୨୦ କ୍ରିକେଟର ଏହା ଦ୍ୱିତୀୟ ଦ୍ରୁତ ଶତକ । ଇଷ୍ଟୋନିଆର ସାହିଲ ଚୌହ୍ୱାନ ୨୭ ବଲରେ ଶତକ ହାସଲ କରିଥିଲେ । ବୁଲଗେରିଆରେ ଚାଲିଥିବା ଟି୨୦ ତ୍ରିରାଷ୍ଟ୍ରୀୟ ମୁକାବିଲାରେ ତୁର୍କୀ ଫହଦଙ୍କ ଶତକ ବଳରେ…

୩ନକଲି ମାଓବାଦୀ ଗିରଫ; ବ୍ୟବସାୟୀଙ୍କୁ କରୁଥିଲେ ୫୦ ଲକ୍ଷ ଦାବି

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପୋଲିସ ୩ ନକଲି ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମଧ୍ୟରେ ଦୁଇଜଣ ଯୁବକ କୁପାଖାଲ ଗ୍ରାମର ବିନୋଦ ବାଗ ଓ ମାଳିଗୁଡ଼ା ଗ୍ରାମର ନରେଶ ନାଏକ ଓ ଅନ୍ୟଜଣେ ନାବାଳକ ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନାଥାଉକି, ବିନୋଦ…

ଗୋକର୍ଣ୍ଣର ଏକ ଗୁମ୍ଫାରୁ ଦୁଇ ଛୁଆଙ୍କ ସହ ଋଷୀୟ ମହିଳା ଉଦ୍ଧାର

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ଗୋକର୍ଣ୍ଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଋଷୀୟ ମହିଳା ନିଜ ଦୁଇ ଛୁଆଙ୍କ ସହ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫାରୁ ଉଦ୍ଧାର ହୋଇଛନ୍ତି। ମହିଳାଙ୍କ ନାମ ନୀନା କୁଟିନା ଓରଫ ମୋହିନୀ। ସେ ଆଧ୍ୟାତ୍ମିକ ଶାନ୍ତି ଖୋଜିବାକୁ…

ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରିନାଙ୍କ କାରକୁ ଆକ୍ରମଣ ହୋଇଥିଲା…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ପରେ କରୀନା କପୁର ଖାନଙ୍କ କାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ବୋଲି କହିଛନ୍ତି ଲୋକପ୍ରିୟ ଟିଭି ଏବଂ ଫିଲ୍ମ ଅଭିନେତା ରୋନିତ ରୟ। ସେ ଏକ ସାକ୍ଷାତକାରରେ ସୈଫଙ୍କ ଆକ୍ରମଣକୁ ନେଇ କହିଥିଲେ ଯେ ଯେତେବେଳେ ସୈଫ ହସ୍ପିଟାଲରୁ ଡିସଚାର୍ଜ…

ଆଗାମୀ ୫ ଦିନ ଯାଏଁ ଭିଜିବ ଓଡ଼ିଶା; ଏସଆରସିଙ୍କ ଆଡଭାଇଜରି ଜାରି

ଭୁବନେଶ୍ୱର:  ଜୁଲାଇ ୧୭ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ଦିନ ସୂଚନା ଦେଇଛି। ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ସତର୍କତା ଜାରି…

ଡ୍ରାଭିଡ, ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରାହୁଲ

ଲଣ୍ଡନ: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆକର୍ଷଣୀୟ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ କ୍ୟାରିୟରର ୧୦ମ ଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ରାହୁଲ ଡ୍ରାଭିଡ ଓ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ…

ଚିକିତ୍ସା ଅବହେଳାରୁ କଟକ ସିଟି ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା

କଟକ:କଟକ ସିଟି ହସ୍ପିଟାଲରେ ରୋଗୀ ମୃତ୍ୟୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ କଲେ ପରିବାର । ଚିକିତ୍ସା ଅବହେଳାରୁ ୧୬ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ନାବାଳକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଡାକ୍ତର…

ଧୋନୀଙ୍କ ଆଉ ଏକ ରେକର୍ଡ ସହ ସମକକ୍ଷ ହେଲେ ପନ୍ତ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଲର୍ଡସ ଟେଷ୍ଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ,…

ବାଲେଶ୍ବର ଏଫ୍‌ଏମ୍‌ ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ଥାନାରେ ଅଟକ; ଏପଟେ ପ୍ରିନ୍ସିପାଲ ଓ ବିଭାଗୀୟ ମୁଖ୍ୟ ନିଲମ୍ବିତ

ବାଲେଶ୍ବର:ବାଲେଶ୍ବର ଏଫ୍‌ଏମ୍‌ କଲେଜରେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇବା ଘଟଣାରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ପୋଲିସ ଅଟକ ରଖିଛି । ଅଧ୍ୟାପକ ଜଣକ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରି ଶନିବାର ଏଭଳି ପଦକ୍ଷେପ ନେଇଥିଲେ। ଏପଟେ ବାଲେଶ୍ୱର FM କଲେଜ…

ଶିମିଳିପାଳରେ ପୁଣି ୩ ଟି ଛୁଆ ଜନ୍ମ ଦେଲା କଳା ବାଘୁଣୀ T20

ମୟୂରଭଞ୍ଜ: ଶିମିଳିପାଳରେ ଖୁସି ଖବର। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ବୃଦ୍ଧି ପାଉଛି ବାଘ ସଂଖ୍ୟା। ପୁଣି ୩ ଟି ଛୁଆ ଜନ୍ମ ଦେଇଛି କଳା ବାଘୁଣୀ T20। କ୍ୟାମେରା ଟ୍ରାପରେ କଏଦ ହେଲା ଚିତ୍ର। ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ୯ ଟି ବାଘ ଛୁଆ ଜନ୍ମ ନେଇଥିବା ସୂଚନା ଦେଇଛନ୍ତି…