Latest Odisha News

BREAKING NEWS

ଭୁଲ୍ ମାଗିବା ପରେ ଦୟାଙ୍କ ଉପରୁ ନିଲମ୍ବନ ଉଠାଇଲା ଯାତ୍ରା ମାଲିକ ସଂଘ

ଭୁବନେଶ୍ବର: ଯାତ୍ରା ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟଙ୍କ ଉପରୁ ଉଠିଲା ନିଲମ୍ବନ । ଯାତ୍ରା ମାଲିକ ସଂଘ ସଭାପତି ଓ ମାଷ୍ଟର ଆସୋସିଏସନଙ୍କୁ ଭୁଲ୍ ମାଗିବା ପରେ ଏହି ନିଲମ୍ବନ ଉଠିଛି । ସୂଚନାଥାଉକି, ଯାତ୍ରା ଗୁରୁମାନଙ୍କୁ ସମାଲୋଚନା କରିବା ପରେ ଦୟାଙ୍କ ଉପରେ ବ୍ୟାନ୍ ଲାଗିଥିଲା ।…

ନୀତିଶଙ୍କ ନିର୍ବାଚନ ମୋହରା: ବଢିଲା ବିଧବା, ବୃଦ୍ଧ ଆଉ ଦିବ୍ୟାଙ୍ଗଙ୍କ ପେନସନ୍…

ପାଟନା: ମୁଣ୍ଡ ଉପରେ ବିହାର ବିଧାନସଭା ନିର୍ବାଚନ । ଆଉ ମାସ କେଇଟା ପରେ ନିର୍ବାଚନ ଥିବାରୁ ସବୁ ରାଜନୈତିକ ଦଳ ଜୋରଦାର ପରିଶ୍ରମ ଏବଂ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଥିବା ବେଳେ ଆଜି ବଡ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିଧବା, ବୃଦ୍ଧ ଆଉ…

ରେଳବାଇର ଅବସରପ୍ରାପ୍ତ କର୍ମଚାରୀମାନେ ପୁଣି ପାଇବେ ନିଯୁକ୍ତି, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ରେଳବାଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ମିଳିଛି ଆଉ ଏକ ସୁଯୋଗ। ଏବେ, ରେଳବାଇରେ ଅଣ-ଗେଜେଟେଡ୍ କିମ୍ବା କ୍ଷୁଦ୍ର-ସ୍ତରୀୟ ଖାଲି ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଚୁକ୍ତିନାମାରେ ପୁନଃନିଯୁକ୍ତି କରାଯାଇପାରିବ। ଏପର୍ଯ୍ୟନ୍ତ ନିୟମ ଥିଲା ଯେ ଯେକୌଣସି…

ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର: ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ…

ତୃତୀୟ ବିଶ୍ୱଯୁଦ୍ଧ ଡାକରା ଦେବେ ଚୀନ-ପାକ୍: ସାମ୍ନାକୁ ଆସିଲା ନୋଷ୍ଟ୍ରାଡାମସ୍‌ଙ୍କ ଭୟଙ୍କର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ସାରା ବିଶ୍ୱରେ ଏକପ୍ରକାର ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧର ଟ୍ରେଲର। ଯେତେବେଳେ କି ଏହା ମଧ୍ୟ କୁହାଯାଉଛି ଯେ ଚୀନ ଏବଂ ପାକିସ୍ତାନ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ କରିବେ। ପ୍ରସିଦ୍ଧ…

ତାମିଲନାଡୁରେ ବିଜେପିର ‘ବିଜୟ’ ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଆସନ୍ତାବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ଏବେଠୁ ନିର୍ବାଚନ ମୋଡରେ ରାଜନୈତିକ ଦଳ । ଶାସକ ଡିଏମକେ ୨ଶହ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି ତ ତାମିଲ ରାଜନୀତିରେ ବିଜୟର ଅଙ୍କ କଷୁଛି ବିଜେପି । ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାମିଲନାଡୁ ଗସ୍ତ କରି ଷ୍ଟାଲିନ…

ପାକିସ୍ତାନର ‘ନୋବେଲ୍’ ପ୍ଲାନ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ବିଧିବଦ୍ଧ ଭାବେ ମନୋନୀତ କରିଛି ପାକିସ୍ତାନ। ଚଳିତ ବର୍ଷ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିଥିବା ବେଳେ ଟ୍ରମ୍ପଙ୍କ କୁଟନୈତିକ ହସ୍ତକ୍ଷେପ ଓ ନିର୍ଣ୍ଣାୟକ ନେତୃତ୍ବକୁ…

ପନ୍ତଙ୍କୁ କାହିଁକି ହାତ ଯୋଡିଲେ କେଏଲ ରାହୁଲ

ଲୀଡ୍ସ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ଅବସରରେ ଭାରତର ଉପ ଅଧିନାୟକ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆକର୍ଷଣୀୟ ଇନିଂସ ଖେଳିଥିଲେ । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ପରେ ଶୁଭମନ ଗିଲ ୧୨୭ ଓ ପନ୍ତ ୬୫ ରନ କରି ଅପରାଜିତ ରହିଥିଲେ । ଡ୍ରେସିଂ ରୁମକୁ ଫେରିବା ପରେ ପନ୍ତଙ୍କୁ…

‘ଭାରତ-ପାକ୍ ଯୁଦ୍ଧ ବନ୍ଦ ନେଇ ନା କ୍ରେଡିଟ୍ ମିଳିଲା ନା ମିଳିବ ନୋବେଲ ପ୍ରାଇଜ୍’: ଦୁଃଖରେ ଭାଙ୍ଗିପଡିଲେଣି ଟ୍ରମ୍ପ!

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମନରେ ଅସୁମାରୀ ଆଶା । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ପଷ୍ଟିକରଣ ପରେ ବି ଏବେ ବି ସେ ଆଶା ଲଗେଇ ବସିଛନ୍ତି ଯେ ଭାରତ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ତାଙ୍କୁ ନେବେଲ୍ ମିଳିବ । ଏନେଇ ଏକ ଲମ୍ବା ସୋସିଆଲ ମିଡିଆ…

ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ଥରେ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ୨ ଟଙ୍କା ୯୨ ପଇସା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ…