Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ଘୋଷଣା ହେଲା ମା ବନ୍ଦେ ଫିଲ୍ମ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ପ୍ରଡକ୍ସନ ହାଉସ ସିଲଭର କାଷ୍ଟ କ୍ରିଏଶନ ନୂତନ ଫିଲ୍ମର ନାମ ଘୋଷଣା କରିଛି । ମୋଦିଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ନାମ ମା ବନ୍ଦେ ରଖାଯାଇଛି । ମୋଦିଙ୍କ ଭୂମିକା ମାଲାୟଲମ ଅଭିନେତା ଉନ୍ନୀ ମୁକୁନ୍ଦନ ଅଭିନୟ କରିବେ ।…

ଟାଟା ଷ୍ଟିଲକୁ ରାଜ୍ୟର ଷ୍ଟାର ନିଯୁକ୍ତିଦାତା ସମ୍ମାନରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାଟା ଷ୍ଟିଲକୁ ରାଜ୍ୟର ଅନ୍ୟତମ ଷ୍ଟାର ଏମ୍ପ୍ଲୟର (ତାରକା ନିଯୁକ୍ତିଦାତା) ଭାବେ ସମ୍ମାନିତ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ୨୭ ନୂତନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସମାରୋହ ଅବସରରେ ମୁଖ୍ୟମନ୍ତ୍ରୀ କମ୍ପାନୀକୁ ଏହି ସମ୍ମାନ ପ୍ରଦାନ…

ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ: ଓଡିଶାର ଦେଢ କୋଟି ମହିଳା ହେବେ ଉପକୃତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଧାର୍‌ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ମହିଳାମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ…

ଅମୀର ଖାଁ ଅଭିନୀତ ଦାଦା ସାହେବ ଫାଲକେ ବାୟୋପିକ ଘୁଂଚିଲା

ମୁମ୍ବାଇ: ଅମୀର ଖାଁ ଓ ରାଜକୁମାର ହିରାନୀ ଯୋଡି ବଲିଉଡରେ ଥ୍ରୀ ଇଡିଏଟ୍ସ ଓ ପିକେ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଦୀର୍ଘ ଦିନ ପରେ ଏହି ଯୋଡି ଦାଦା ସାହେବ ଫାଲକେଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବେ ବୋଲି ଘୋଷଣା କରିଥିଲେ । ପ୍ରଶଂସକମାନେ ଏହାକୁ ନେଇ ବେଶ ଉତ୍ସାହିତ ଥିଲେ । ବଲିଉଡ…

Naxalite Surrendered:ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା; ଆତ୍ମସମର୍ପଣ କଲେ ୧୨ ନକ୍ସଲ…

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ନକ୍ସଲ ନିପାତ ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବୁଧବାର ଦିନ, ସରକାରଙ୍କ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୋଟ ୧୨ ଜଣ ସକ୍ରିୟ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୧୨ ଜଣ ନକ୍ସଲଙ୍କ ମଧ୍ୟରେ ଦୁଇଜଣ…

ଭୁବନେଶ୍ୱର ବିମାନବନ୍ଦରର ସିକ୍ୟୁରିଟି ହଲରୁ ସାଢେ଼ ୪ ଫୁଟ୍ ଲମ୍ବର ଢମଣା ସାପ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିମାନ ବନ୍ଦର ଟର୍ମିନାଲ ୨ରେ ସିକ୍ୟୁରିଟି ହଲ୍ ରୁ ସାଢେ଼ ୪ ଫୁଟ ଲମ୍ବର ଢମଣା ସାପ ଉଦ୍ଧାର ହୋଇଛି । ସାପଟି କୌଣସି ଗଳା ବାଟ ଦେଇ ବିମାନ ବନ୍ଦରର ହାଇ ସିକ୍ୟୁରିଟି ଅଞ୍ଚଳ…

ପୋକ ଖାଉଛି ମସ୍ତିଷ୍କ; ଗଲାଣୀ ୧୯ ଜୀବନ…

କେରଳ: କେରଳରେ ବର୍ତମାନ "ମସ୍ତିଷ୍କକୁ ଖାଉଥିବା ଆମିବା" ରୋଗ ଚାରିଆଡେ ବ୍ୟାପିବାରେ ଲାଗିଛି। ପ୍ରାଥମିକ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ (PAM) ମାମଲାରେ ତୀବ୍ର ବୃଦ୍ଧି ଦେଖି କେରଳ ସ୍ୱାସ୍ଥ୍ୟ ଅଧିକାରୀମାନେ ବର୍ତମାନ ହାଇ ଆଲର୍ଟ ଜାରି କରିଛନ୍ତି। ତେବେ ଏହା ହେଉଛି ନେଗ୍ଲେରିଆ…

ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ନିଲମ୍ବିତ

କଟକ: ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ। ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦର ନିଷ୍ପତ୍ତି। ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ। ନିଜ ଅପରାଧିକ ମାମଲା ସମ୍ପର୍କରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିଲେ ଅର୍ଚ୍ଚନା। ଏକାଧିକ…

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ ଫାଇନାଲରେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ନୀରଜ ଚୋପ୍ରା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଯୋଗ୍ୟତାପର୍ଯ୍ୟାୟରେ ପ୍ରଥମ ଥ୍ରୋରୁ ଯୋଗ୍ୟତା ହାସଲ କରି ନେଇଥିଲେ । ସେ ୮୪.୮୫ ମିଟର ଦୂରତାକୁ ଜାଭେଲିନ ଥ୍ରୋ…

ଆଦିବାସୀ ଓ ଦଳିତ ବର୍ଗକୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର ଗରିବ ଖଟିଖିଆଙ୍କଠାରୁ ଟିକସ ମାଧ୍ୟମରେ ଆଦାୟ ହୋଇଥିବା ରାଜସ୍ୱକୁ ନିଜ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଜ୍ୟର ଛାତ୍ରଛାତ୍ରୀ ବିଶେଷକରି ଆଦିବାସୀ ଓ ଦଳିତ ବର୍ଗର ଵିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଜେଡି ଅଭିଯୋଗ…