Latest Odisha News

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ ‘ପାହାଡ଼ ରାଣୀ’ ଓ ଦିବଂଗତ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ବାଇଁଙ୍କ ଆଲୋଚନା ଗ୍ରନ୍ଥ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ ହୋଇଥିଲା।

ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଓ ଗଣେଶ ପ୍ରସାଦ ପଣ୍ଡା ମୁଖବକ୍ତା ଭାବରେ ଯୋଗଦେଇ ଓଡ଼ିଶା ଗଠନ ଓ ଭାଷା ଆନ୍ଦୋଳନରେ ନବୀନର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ଶିକ୍ଷାବିତ ହରିହର ଚୌଧୁରୀ, ଆଧ୍ୟାତ୍ମିକ ପ୍ରବକ୍ତା ଜଗନ୍ନାଥ ପଣ୍ଡା, କବି ଭାଗିରଥି ବେହେରା, ଡାକ୍ତର ଶଙ୍କର୍ଷଣ ପାତ୍ର ଓ ଯୁବ ଗାଳ୍ପିକ ସୁଶାନ୍ତ କୁମାର ଦାସଙ୍କୁ ବିଷୁବ ସମ୍ମାନ -୨୦୨୧ ପ୍ରଦାନ କରାଯାଇଛି ।

ଏହି ସଭା ସ୍ୱାଗତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପାତ୍ରଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ବେଳେ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, ବନ୍ଦନା ମହାପାତ୍ର, ବି. ସତ୍ୟମ ଆଚାରୀ , ରଞ୍ଜନ କୁମାର ସାହୁ, ଶେଷରେ ପବିତ୍ର କୁମାର ଚୌଧୁରୀ, ଲଷ୍ମୀ ନାରାୟଣ ଦାଶ ଓ ବସନ୍ତ ଅଧିକାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.