Latest Odisha News

BREAKING NEWS

ଦେଢ଼ ଦିନ ଯିବ ଗଚ୍ଛିତ ଭ୍ୟାକ୍ସିନ୍, ବୁଧବାର ୧୦ ଜିଲ୍ଲାରେ ବନ୍ଦ ଥିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଓ ଭ୍ୟାକ୍ସିନ୍ ଷ୍ଟକ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଗତକାଲି ବୁଧବାର ରାଜ୍ୟର ୫୫୬ଟି ଟିକାକରଣ କେନ୍ଦ୍ରରେ ୭୧ ହଜାର ୪୭୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୫୬ ହଜାର ୪୫୦ ଡୋଜ୍ ଟିକା ଦିଆଯାଇଛି ।

ସବୁ ସ୍ଥାନରେ ଟୀକାକରଣ ଚାଲିଛି । ଆଜି ପ୍ରାୟ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଛି । ଗତକାଲି ୧୦ ଜିଲ୍ଲାରେ ଟିକାକରଣ ବନ୍ଦ ଥିଲା । ଏବେ ରାଜ୍ୟ ପାଖରେ କମ୍ ଟିକା ରହିଛି । ଆଜି ସୁଦ୍ଧା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ୍ ଅଛି । ଏହା ଆଉ ଦେଢ଼ ଦିନ ଯାଏ କାମ କରିବ । ଗତ ୧୨ ତାରିଖରେ ୨ ଲକ୍ଷ ୭୧ ଟିକା ରାଜ୍ୟକୁ ଆସିଥିଲା ।

ଅନ୍ୟପଟେ କରୋନା ସଂକ୍ରମିତ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି । ନିୟମ ମାନି ନିର୍ବାଚନ ପ୍ରଚାର କରିବାକୁ କୁହାଯାଇଛି । ଜନସମାଗମ ନ କରିବାକୁ କୁହାଯାଇଛି । ରାଲି ବନ୍ଦ କରି ଭର୍ଚୁଆଲ୍ ପ୍ରଚାର କଲେ ଉପକାରୀ ସାବ୍ୟସ୍ତ ହେବ । ଦ୍ଵିତୀୟ ଲହରର ସଂକ୍ରମଣ କ୍ଷମତା ଅଧିକ ଅଛି । ଆଶା କରିବା, ଏହା କମିଯାଉ ।

Leave A Reply

Your email address will not be published.