Latest Odisha News

ଭାରତ-ପାକିସ୍ତାନ ବିବାଦ ମଧ୍ୟରେ ଏଲଓସିରେ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ ଏଲଓସିର ପାଖାପାଖି ଗାଁରେ ରହୁଥିବା ଲୋକମାନେ ସେଠାରେ ବଙ୍କର ସଫା କରିବାରେ ଲାଗି ପଡିଛନ୍ତି। ଯେତେବେଳେ ଗ୍ରାମବାସୀଙ୍କୁ ଏନେଇ ପଚରା ଗଲା, ସେମାନେ କହିଥିଲେ ଯେ ଆମେ ସେନା ପାଇଁ କୌଣସି ବାଧା ସୃଷ୍ଟି କରିବାକୁ ଚାହୁଁ ନାହୁଁ।

ପୁଞ୍ଚର କରମାରହା ଗାଁର ଜଣେ ବାସିନ୍ଦା କହିଛନ୍ତି ଯେ ସରକାର ଆମକୁ ଯେଉଁ ବଙ୍କର ଦେଇଛନ୍ତି ସେଥିରେ ଆମେମାନେ ଆଗରୁ ଗୁଳିଚାଳନା ସମୟରେ ରହୁଥିଲୁ। ପହଲଗାମରେ ଯାହା ବି କିଛି ଘଟିଗଲା ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ। ଆମେ ଆମର ସେନା ଏବଂ ପ୍ରଶାସନ ସହିତ ଅଛୁ। ତେବେ ଏହା ଏକ ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଆମେ ଆମର ବଙ୍କରଗୁଡ଼ିକୁ ସଫା କରିଦେଇଛୁ। ତେବେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଆମେ ଏଠାକୁ ଆସିପାରିବୁ।

ସେହିପରି ଅନ୍ୟ ଜଣେ ବାସିନ୍ଦା କହିଛନ୍ତି ଯେ ଏହା ଏକ ସୀମାନ୍ତ ଅଞ୍ଚଳ ତେଣୁ ଏଠାରେ କୌଣସି ମୂହୁର୍ତ୍ତରେ କିଛି ବି ଘଟିପାରେ। ଘରୋଇ ବଙ୍କରଗୁଡ଼ିକ ପ୍ରସ୍ତୁତ ହୋଇସାରିଥିବା ବେଳେ ସାମ୍ପ୍ରଦାୟିକ ବଙ୍କର ପ୍ରସ୍ତୁତ କରିବାକୁ ପଡିବ ବୋଲି ସେମାନେ କହିଛନ୍ତି। ତେବେ ସେନା ସୀମାନ୍ତ ଅଞ୍ଚଳରେ ବାସିନ୍ଦା ମାନଙ୍କର ସୁରକ୍ଷା ବିଷୟରେ ଚିନ୍ତା ନ କରିବା ପାଇଁ ଗ୍ରାମବାସୀ ମାନେ ସାମ୍ପ୍ରଦାୟିକ ବଙ୍କର ପ୍ରସ୍ତୁତ କରିଥିବା କଥା ମଧ୍ୟ କହିଛନ୍ତି।

 

 

Comments are closed.