Latest Odisha News

BREAKING NEWS

ସରକାରଙ୍କ କ୍ଷତିପୂରଣ ଘୋଷଣା: ମୃତକଙ୍କ ସମ୍ପର୍କୀୟଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ସହାୟତା

ଶ୍ରୀନଗର: ଜମ୍ମୁକାଶ୍ମୀର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଘୋଷଣା। କ୍ଷତିପୂରଣ ଘୋଷଣା କଲେ ଜମ୍ମୁକାଶ୍ମୀର ସରକାର। ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ନେଇ ଘୋଷଣା କଲେ ସରକାର।

ସେହିପରି ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ନେଇ ଘୋଷଣା କରିଛନ୍ତି ଜମ୍ମୁକାଶ୍ମୀର ସରକାର। ଘଟଣାକୁ ନିନ୍ଦା କରିଛନ୍ତି ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ। ପହଲଗାମ୍ ହମ୍‌ଲାକୁ ନେଇ ସନ୍ଧ୍ୟା ୬ଟାରେ ବସିବ ସିସିଏସ୍‌ ବୈଠକ। ପ୍ରଧାନମନ୍ତ୍ରୀଙ୍କ ବାସଭନବରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ।

ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ ବୈଠକ ଡକାଇଛନ୍ତି ପିଏମ୍ ମୋଦି। ହମ୍‌ଲା ବିରୋଧରେ ନିଆଯାଇପାରେ କଠୋର ପଦକ୍ଷେପ ବୋଲି ସୂଚନା ମିଳିଛି। ଗତକାଲି ପହଲଗାମରେ ଆତଙ୍କୀ ହମଲା ହୋଇଥିଲା। ପୁଲୱାମା ପରେ ଏହା ସବୁଠୁ ବଡ଼ ଧରଣର ହମଲା। ଏହି ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଏଲଇଟିର ଶାଖା ଟିଆର୍‌ଏଫ୍। ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments are closed.