ଶ୍ରୀନଗର: ଗତ ମଙ୍ଗଳବାର ଅନନ୍ତନାଗ ପର୍ଯ୍ୟଟନସ୍ଥଳୀ ପହଲଗାମରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଆଖିବୁଜା ଗୁଳିମାଡରେ ୨୬ ଜଣ ପ୍ରାଣ ହରାଇଛନ୍ତି । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ସମୟରେ ଜମ୍ମୁ କାଶ୍ମୀର ପୋଲିସ ଏକ ବଡ଼ ଘୋଷଣା କରିଛି। ଅନନ୍ତନାଗ ପୋଲିସ ବୁଧବାର (୨୩ ଏପ୍ରିଲ, ୨୦୨୫) ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷୟରେ ସୂଚନା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ଅନନ୍ତନାଗ ପୋଲିସ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛି ଯେ, ‘ଏହି କାପୁରୁଷ କାର୍ଯ୍ୟରେ ସାମିଲ ଆତଙ୍କବାଦୀଙ୍କ ସୂଚନା ଦେଲେ ଉକ୍ତ ବ୍ୟକ୍ତିଙ୍କୁ ୨୦ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ।’ ପୋଲିସ ଏହା ମଧ୍ୟ କହିଛି ଯେ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ।
#PahalgamTerroristAttack | Anantnag Police has announced a cash reward of Rs 20 lakh for any information leading to the neutralisation of terrorists involved in this cowardly attack. pic.twitter.com/q1goV0Ckd7
— ANI (@ANI) April 23, 2025
ଏହା ପୂର୍ବରୁ ଜମ୍ମୁ କଶ୍ମୀର ପୋଲିସ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ।
ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ପୋଲିସ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ସେମାନଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ। ଏହା ସହିତ, ସୂଚନା ଦେବା ପାଇଁ ନମ୍ବରଗୁଡ଼ିକ ମଧ୍ୟ ସେୟାର କରାଯାଇଛି। ଯଦି କେହି ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିଷୟରେ କୌଣସି ସୂଚନା ପାଆନ୍ତି, ତେବେ ସେମାନେ 9596777666 – SSP ଅନନ୍ତନାଗ ଏବଂ 9596777669 PCR ଅନନ୍ତନାଗ ସହିତ ଯୋଗାଯୋଗ କରିପାରିବେ।
ସୂଚନାଥାଉକି,ଗତ ମଙ୍ଗଳବାର ପହଲଗାମରେ ୫ ଜଣ TRF ଆତଙ୍କବାଦୀ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଧର୍ମ ଆଧାରରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଚିହ୍ନଟ କରିଥିଲେ । ଏହାପରେ ଆଖିବୁଜା ଗୁଳି ଚଳାଇ ୨୬ ଜଣଙ୍କୁ ହତ୍ୟା କରିଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ଏହି ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।
Comments are closed.