Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ ବେଳେ କାହିଁକି ‘ଆଲ୍ଲାହୁ ଆକବର’ କହିଥିଲେ ଜିପ୍ ଲାଇନ ଅପରେଟର…

ଶ୍ରୀନଗର: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ ହେଉଥିବା ଦେଖିବାକୁ ମିଳୁଛି।ଏହି ଭିଡିଓଟି ଅହମ୍ମଦାବାଦର ବାସିନ୍ଦା ରିଷି ଭଟ୍ଟ ନାମକ ଜଣେ ବ୍ୟକ୍ତି ଜାରି କରିଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ରିଷି ଭଟ୍ଟ ନାମକ ଜଣେ ପର୍ଯ୍ୟଟକ ଜିପ୍ ଲାଇନର ମଜା ନେଉଥିବା ବେଳେ ହଠାତ୍ ଅପରେଟର ତାଙ୍କୁ ଆଗକୁ ଠେଲି ଦେଇଥିଲେ। ଏହି ସମୟରେ ସେ ଆଲ୍ଲାହୁ ଆକବର କହିଥିବା ବେଳେ ଆତଙ୍କବାଦୀଙ୍କ ଗୁଳିମାଡ଼ର ଶବ୍ଦ ଶୁଣାଯାଉଛି।

ତେବେ ଏହାକୁ ନେଇ ଜିପ୍ ଲାଇନ ଅପରେଟରଙ୍କୁ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଅଟକ ରଖି ଏବଂ ତାଙ୍କ ପଚରାଉଚରା କରାଯାଉଛି।

ରିଷି ଭଟ୍ଟ କହିଛନ୍ତି, “ମୁଁ ପ୍ରାୟ ୨୦ ସେକେଣ୍ଡ ପରେ ଜାଣିପାରିଲି ଯେ ଏଠାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଜିପ୍ ଲାଇନ ଅପରେଟର ସେହି ସମୟ ମଧ୍ୟରେ ତିନିଥର ଆଲ୍ଲାହୁ ଆକବର କହିଥିଲେ। ଏହା ପରେ ଗୁଳିଚାଳନା ଆରମ୍ଭ ହୋଇଥିଲା। ଏହା ପରେ ଆମେ ତଳକୁ ଆସିଲୁ। ଆମ ପୂର୍ବରୁ ଥିବା ଦୁଇଟି ପରିବାରର ପୁରୁଷମାନଙ୍କୁ ମୋ ସ୍ତ୍ରୀ ଏବଂ ପୁଅଙ୍କ ସମ୍ମୁଖରେ ସେମାନଙ୍କ ଧର୍ମ ପଚାରି ଗୁଳି କରାଯାଇଥିଲା। ସେମାନଙ୍କର ଧର୍ମ ହିନ୍ଦୁ କହିବାରୁ ସେମାନଙ୍କୁ ଗୁଳି କରାଯାଇଥିଲା।” “ମୋ ସ୍ତ୍ରୀ ଏବଂ ପୁଅ ଚିତ୍କାର କରୁଥିଲେ। ମୁଁ ହଠାତ୍ ମୋର ବେଲ୍ଟ ଖୋଲି ବାହାରକୁ ଡେଇଁ ପଡ଼ି ସ୍ତ୍ରୀ ଏବଂ ପୁଅକୁ ଧରି ସେଠାରୁ ଦୌଡ଼ି ପଳାଇଥିଲି। କିଛି ଦୂରରେ ଲୋକମାନେ ଗୋଟିଏ ସ୍ଥାନରେ ଲୁଚି ଥିଲାବେଳେ ଆମେ ମଧ୍ୟ ସେଠାରେ ଲୁଚିଗଲୁ।”

ଗୁଳିଶବ୍ଦ କମିବା ପରେ ଆମେ ସେଠାରୁ ଦୌଡ଼ି ପଳାଇଲୁ କିନ୍ତୁ ପୁଣି ଥରେ ଗୁଳିଚାଳନା ହୋଇଥିଲା। ଆମ ସାମ୍ନାରେ ପ୍ରାୟ ୧୫-୧୬ ଜଣଙ୍କୁ ଗୁଳି କରାଯାଇଥିଲା।

 

Comments are closed.