Latest Odisha News

ନବବର୍ଷ ପାଇଁ ପୁରୀରେ ଅସମ୍ଭାଳ ଭିଡ, ରାତି ସାଢ଼େ ୧୨ ଟା ସୁଦ୍ଧା ହେବ ଦ୍ଵାର ଫିଟା ନୀତି

ପୁରୀ: ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ। ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପୁରୀରେ ପହଞ୍ଚୁଛନ୍ତି । ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ ଆଖିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ସାଢ଼େ ବାରଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସାରିବାକୁ ଧାର୍ଯ୍ୟ କରାଯାଇଛି। ଏହା ସହିତ ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ପହୁଡ଼ ନୀତି କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ମନ୍ଦିର ପ୍ରଶାସନ ସୂଚନା ଅନୁସାରେ,  ଶୃଙ୍ଖଳିତ ଦର୍ଶନ ଏବଂ ଠାକୁରଙ୍କ ନୀତି କାନ୍ତି ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଶ୍ରୀମନ୍ଦିରରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ସହ ଶୃଙ୍ଖଳିତ ନୀତି କାନ୍ତି ଉପରେ ନଜର ରଖିଛନ୍ତି। ପ୍ରବଳ ଭକ୍ତଙ୍କ ସମାଗମ କାରଣରୁ ବାହାରକାଠ ନିକଟରେ ମଧ୍ୟ ଦର୍ଶନର ବ୍ୟବସ୍ଥା କରାଯାଇଛି।

ଅନ୍ୟପଟେ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

Comments are closed.