ସୋନପୁର: କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ସୁବର୍ଣ୍ଣପୁରର ନୂଆଁଖାଇ l ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉଲ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି l ନୂଆଁଖାଇରେ ଖାଲି ଯେ ଅନ୍ୟବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଆ ସୁରେଶ୍ୱରୀଙ୍କ ପାଖରେ ଲାଗିହୁଏ ନାନାଦି ଭୋଗ । ଆଉ ଏହି ଭୋଗ ପାହୁର ଯାତ୍ରାରେ ଯାଇ ଅଷ୍ଟଚଣ୍ତୀଙ୍କ ପାଖରେ ଲାଗିଥାଏ
ନୂଆଁଖାଇରେ ପାହୁର ପରମ୍ପରା l ସୋନପୁର ଗଡଜାତର ରାଜା ମହାରାଜା ମାନେ ପାହୁର ପରି ଏକ ସ୍ୱତନ୍ତ୍ର ପରମ୍ପରା ଆରମ୍ଭ କରିଛନ୍ତି । ରାଜୁଡା ଅମଳର ଏହି ପାହୁର କିନ୍ତୁ ଆଜି ବି ମଳିନ ପଡି ନାହିଁ । ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ସୁରେଶ୍ୱରୀ, ଭଗବତୀ, ଖମ୍ବେଶ୍ୱରୀ, ସମଲେଶ୍ୱରୀ, ବୁଢି ସମଲେଇ ଆଦି ଅଷ୍ଟଚଣ୍ଡୀଙ୍କ ସମେତ ହନୁମାନଙ୍କ ପାଇଁ ପାହୁର ନୂଆଁଖାଇର ସ୍ୱତନ୍ତ୍ର ଭୋଗଖଞ୍ଜା କରାଯାଏ ।
ମାଆ ସମଲେଇଙ୍କ ମନ୍ଦିରରେ ପାହୁର ପ୍ରସ୍ତୁତ ହୋଇ ସମସ୍ତ ଦେବୀଙ୍କ ପାଖରେ ଲାଗି ହେଲା ପରେ ସୋନପୁର ଗଡଜାତବାସୀ ନବାନ୍ନ ଭକ୍ଷଣ କରିଥାନ୍ତି l ଶହ ଶହ ବର୍ଷ ହେଲା ଏହି ପାହୁର ଯାତ୍ରା ବଡ ଜାକଜମକରେ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ପାଇଁ କେବଳ ନିର୍ଦ୍ଦିଷ୍ଟ ରିତୀନିତୀରେ ପାଳିତ ହୋଇଛି l
ପାହୁରରେ ସରୁ ବାସମତୀ ଅରୁଆ ଚାଉଳ, ମୁଗ, ଘିଅ, ଗୁଡ, ପନିପରିବ, ପୀଠାପଣା ପାଇଁ ସାମଗ୍ରୀ ସହିତ ନୂଆଁଧାନ, ପଞ୍ଚାମୃତ ଆଦିର ବ୍ୟବସ୍ଥା କରାଯାଇଛି ରାଜୁଡା ଅମଳରୁ l ପ୍ରତି ବର୍ଷ ଢୋଲ, ମହୁରୀ, ନିଶାନ ଆଦି ବାଦ୍ୟ ବଜାଇ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ପାହୁର ସମଲେଶ୍ୱରୀ ପୀଠରୁ ଅଷ୍ଟଚଣ୍ଡୀ ଓ ହନୁମାନଙ୍କ ଯାଇଥାଏ l ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସ୍ଵଳ୍ପ ଭକ୍ତ ତଥା ଶୋଭାଯାତ୍ରାରେ ଏହି ପାହୁର ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l
ଦେବୀଙ୍କ ପାଖରେ ଏସବୁର ଭୋଗ ପ୍ରସ୍ତୁତ ହୋଇ ଲାଗିବା ପରେ ସୋନପୁର ଗଡଜାତର ରାଜ୍ୟବାସୀ ତଥା ବୌଦ୍ଧର ପଞ୍ଚରା ଅଞ୍ଚଳର ଲୋକେ ନବାନ୍ନ ଗ୍ରହଣ କରିଛନ୍ତ l
Comments are closed.