Latest Odisha News

BREAKING NEWS

ପାଇକ ବିଦ୍ରୋହ ପ୍ରସଙ୍ଗରେ ନବୀନଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହକୁ ବାଦ ଦିଆଯିବା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏନସିଇଆରଟି ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ତାଙ୍କ ଦାବିକୁ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ମନ୍ତ୍ରୀ।

ପାଇକ ବିଦ୍ରୋହକୁ ଏନସିଇଆରଟି ପାଠ୍ୟପୁସ୍ତକରୁ ହଟାଇ ଦିଆଯାଇଥିବା ପ୍ରସଙ୍ଗକୁ ଖଣ୍ଡନ କରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ୍ କହିଛନ୍ତି ଯେ ଏହି ଐତିହାସିକ ବିଷୟଟିକୁ ଅଷ୍ଟମ ଶ୍ରେଣୀର ସାମାଜିକ ଅଧ୍ୟୟନ (SST) ପାଠ୍ୟପୁସ୍ତକର ଦ୍ଵିତୀୟ ଭାଗରେ ଅନ୍ତର୍ଭୁକ୍ତ କରାଯିବ ଓ ଖୁବ୍ ଶୀଘ୍ର ଏହାକୁ ପ୍ରକାଶ କରାଯିବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି।

ବିଜେଡି ମୁଖ୍ୟ ରାଜନୈତିକ ଲାଭ ପାଇଁ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ପ୍ରୟାସ କରୁଥିବା ନେଇ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି। ଏ ସମସ୍ତ ସୂଚନା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ବୋଲି ମଧ୍ୟ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନି। ଏନଇ ସ୍ପଷ୍ଟୀକରଣ ଦେଲା ଏନସିଇଆରଟି। ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ (ସେକେଣ୍ଡ ଭଲ୍ୟୁମ୍‌)ରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ। ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର କୁକା ଆନ୍ଦୋଳନ, ଶିଖ୍‌ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପାଠ୍ୟପୁସ୍ତକର ଦ୍ୱିତୀୟ ଖଣ୍ଡ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।

 

Comments are closed.