Latest Odisha News

୩୩୨ ଟଙ୍କାର ପେଣ୍ଟିଂ ୧.୫୮କୋଟିରେ ବିକିଲେ ମହିଳା

ବିଟ୍ରେନ୍‌ : କଥାରେ ଅଛି ଭାଗ୍ୟ କାହାକୁ କେତେବେଳେ କେଉଁଠି ପହଞ୍ଚାଇବ କେହି କହିପାରିବେ ନାହିଁ । ଠିକ୍ ସେମିତି ବ୍ରିଟେନର ଜଣେ ମହିଳା ଏକ ପେଣ୍ଟିଂ ବିକି ରାତାରାତି କୋଟିପତି ହୋଇଯାଇଛନ୍ତି । ଏହି ପେଣ୍ଟିଂକୁ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥ ଆଙ୍କିଥିବା ଜଣାପଡ଼ିଛି ।

୧୮୮୪ ମସିହାରେ ୱାୟେଥ ଏହି ପେଣ୍ଟିଂକୁ ଆମେରିକାର କବି ହେଲେନ ହଣ୍ଟ୍ ଜ୍ୟାକ୍‌ସନଙ୍କ ‘ରମୋନା’ର ୧୯୩୯ତମ ସଂସ୍କରଣ ପାଇଁ ପ୍ରସ୍ତୁତ କରିଥିଲେ । ପେଣ୍ଟିଂରେ ଏକ ଅନାଥ ଝିଅ ଏବଂ ତାର ସାବତ ମା’ଙ୍କ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଯାଇଥିଲା । ତେବେ ୱାୟେଥଙ୍କ ଏହି ପେଣ୍ଟିଂକୁ ମାତ୍ର ୩୩୨ଟଙ୍କାରେ କିଣିଥିଲେ ବିଟ୍ରେନ୍‌ର ଜଣେ ମହିଳା । ଏବେ ସେ ତାକୁ ୧.୫୮କୋଟି ଟଙ୍କାରେ ବିକ୍ରି କରି ଚର୍ଚ୍ଚାକୁ ଆସିଛନ୍ତି ।

ମହିଳା ଜଣଙ୍କ କହିଛନ୍ତି ଯେ, ଆର୍ଟିଷ୍ଟ ଏନ୍‌ସି ୱାୟେଥଙ୍କ ଦ୍ୱାରା ଅଙ୍କା ଯାଇଥିବା ଏହି ପେଣ୍ଟିଂଟି ମୋତେ ବହୁତ ଭଲ ଲାଗିଥିଲା । ତେଣୁ ମୁଁ ଏହାକୁ ନ୍ୟୁ ହେମସିରର ଏକ ମାର୍କେଟରୁ ୬ ବର୍ଷ ପୂର୍ବେ ୪ ଡଲାର ଅର୍ଥାତ୍ ୩୩୨ ଟଙ୍କାରେ କିଣି ଥିôଲି । କିଛିଦିନ ତଳେ ଘରର ଏକ କୋଣରେ ପଡ଼ିଥିବା ଏହି ପେଣ୍ଟିଂକୁ ମୁଁ ଫିଙ୍ଗି ଦେବା ପୂର୍ବରୁ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲି । ଏହି ଫଟୋ ଦେଖିବା ପରେ ଏଭଳି ପ୍ରତିକ୍ରିୟା ଆସିଲା ଯେ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଲୋକେ ଏହି ପେଣ୍ଟିଂ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି କହିବା ସହିତ ମୋତେ ଏହାକୁ ନିଲାମ କରିବାକୁ ପରାମର୍ଶ ଦେଲେ । ଲୋକଙ୍କ କଥା ମାନି ମୁଁ ଏହାର ନିଲାମ କରି ଦେଇଥିଲି । ଏହାର ମୂଲ୍ୟ ଏତେ ହେବ ବୋଲି ମୁଁ କେବେ ଭାବି ନ ଥିଲି । ଗତ ୧୯ ତାରିଖରେ ଏହି ପେଣ୍ଟିଂ ୧୯୧ ହଜାର ଡଲାର ଅର୍ଥାତ୍ ୧. ୫୮ କୋଟିରେ ନିଲାମ ହୋଇଥିଲା ।

Comments are closed.