Latest Odisha News

BREAKING NEWS

ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହେଲା ଦୁର୍ଲଭ ପ୍ରଜାତିର ବଳୁଆ କୁକୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ନୂଆ ଅତିଥି ଯୋଡ଼ା ବଳୁଆ କୁକୁର ଠାବ ହୋଇଛି। ଏକ ଦଶନ୍ଧି ପରେ ଦେଖିବାକୁ ମିଳିଛି ବିରଳ ପ୍ରଜାତିର ବଳୁଆ(ବଣୁଆ) କୁକୁର। ଗତକାଲି ଅଭୟାରଣ୍ୟ ଭିତରେ ଯୋଡ଼ି ଅବସ୍ଥାରେ ବୁଲୁଥିବା ସମୟରେ ସେମାନଙ୍କୁ ଠାବ କରାଯାଇଛି।

୨୦୨୩ ଶୀତ ଋତୁରେ ଏହି ପ୍ରଜାତିର କୁକୁର ପ୍ରଥମେ ଦେଖିବାକୁ ମିଳିଥିଲା। ଏହା ପରେ ଏହାର ଦେଖା ମିଳିନଥିଲା। ହେଲେ ୧୪ ତାରିଖରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ବଳୁଆ କୁକୁର ବୁଲୁଥିବାର ବନ ବିଭାଗ କର୍ମଚାରୀ ଠାବ କରିଛନ୍ତ । ଏହା ଏକ ଦୁର୍ଲଭ ପ୍ରଜାତି ହୋଇଥିବାରୁ ସୁରକ୍ଷା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ଛତିଶଗଡ଼ ଓ ମଧ୍ୟପ୍ରଦେଶର ଜଙ୍ଗଲ ସହ ଡେବ୍ରିଗଡ଼ ଅଭୟାରଣ୍ୟ ଲାଗି ରହିଛି । ଏହାସହ ସାତକୋଶିଆ ଓ ଶିମିଳିପାଳ ବି ଲାଗିଛି। ଏହି ସ୍ଥାନ ମଧ୍ୟରୁ ଏମାନେ ଆସିଥାଇ ପାରନ୍ତି। କିନ୍ତୁ କେଉଁଠୁ ଆସିଛନ୍ତି ସେନେଇ ସଠିକ୍‌ ସୂଚନା ନାହିଁ। ଏମାନେ ସାଧାରଣତଃ ୩୦ରୁ ୪୦ ବର୍ଗ କିଲୋମିଟର ମଧ୍ୟରେ ରହୁଥିଲେ। କିନ୍ତୁ ଏବେ ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ଯିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଯୋଡ଼ି ଭାବେ ୨ ବଳୁଆ କୁକୁରକୁ ଦେଖିବା ପରେ ଏମାନଙ୍କ ବଂଶ ବୃଦ୍ଧିର ସମ୍ଭାବନା ରହିଛି । ଏମାନଙ୍କ ଖାଦ୍ୟ ପାଇଁ ଡେବ୍ରିଗଡ଼ ମଧ୍ୟରେ ସୁସ୍ଥ ପରିବେଶ ରହିଛି ।

Comments are closed.