Latest Odisha News

BREAKING NEWS

ଅସ୍ତ୍ରବିରତି ଉଲ୍ଲଘଂନ କଲା ପାକିସ୍ତାନ: ସେନା ଗୁଳିରେ ନିହତ ହେଲେ ୪ ପାକିସ୍ତାନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଏଥିରେ ପାକିସ୍ତାନୀ ସେନା ନିହଜ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ସେନା ପୁଞ୍ଚ ଜିଲ୍ଲା ଦେଇ ଅନୁପ୍ରବେଶ କରି ଅସ୍ତ୍ରବିରତି ଚୁକ୍ତି ଉଲ୍ଲଂଘନ କରିବା ସମୟରେ ଭାରତୀୟ ସେନା ପକ୍ଷରୁ ମଧ୍ୟ କଡା ଯବାବ ଦିଆଯାଇଛି । ଏଥିରେ ପାକିସ୍ତାନର ୪ରୁ ୫ ସେନା ନିହତ ହୋଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।

ମଙ୍ଗଳବାର ଦିନ ପାକିସ୍ତାନ ସେନା ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଅନୁପ୍ରବେଶ କରି ଦୁଇ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିବା ପରେ ସେନା ପ୍ରତିଶୋଧମୂଳକ ଗୁଳିଚାଳନା କରି ୪-୫ ଜଣ ଅନୁପ୍ରବେଶକାରୀଙ୍କୁ ହତ୍ୟା କରିଛି । ପୁଞ୍ଚ ଜିଲ୍ଲାର କୃଷ୍ଣାଘାଟି ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମକୁ ସଫଳତାର ସହ ପଣ୍ଡ କରିଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ସେନା ।

ମଙ୍ଗଳବାର ଦିନ, ପାକିସ୍ତାନୀ ସୈନିକ ଏବଂ ଅନୁପ୍ରବେଶକାରୀମାନେ ଭାରତ ସୀମା ମଧ୍ୟକୁ ପ୍ରବେଶ କରି ପ୍ରଥମେ ଗୁଳି ଚଳାଇଥିଲେ, ଯାହାର କଡା ଜବାବ ଦେଇଥିଲା ଭାରତୀୟ ସେନା  । ସୂତ୍ର ଅନୁସାରେ ପାକିସ୍ତାନୀ ପକ୍ଷର ପ୍ରବଳ କ୍ଷତି ହୋଇଛି ।

ଏନେଇ ଭାରତୀୟ ସେନାର ସୂଚନା ଅନୁଯାୟୀ, ଏପ୍ରିଲ ୧ ତାରିଖରେ, ଏଲଓସି ଦେଇ ପାକିସ୍ତାନ ସେନାର ଅନୁପ୍ରବେଶ ଯୋଗୁଁ କୃଷ୍ଣାଘାଟି ସେକ୍ଟରରେ ଏକ ମାଇନ୍ ବିସ୍ଫୋରଣ ଘଟିଥିଲା। ଏହା ପରେ ପାକିସ୍ତାନ ସେନା ଦ୍ୱାରା ବିନା ପ୍ରରୋଚନାରେ ଗୁଳିଚାଳନା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା । ଆମର ସୈନ୍ୟମାନେ ନିୟନ୍ତ୍ରିତ ଏବଂ ନିରପେକ୍ଷ ଭାବରେ ପ୍ରଭାବଶାଳୀ ଭାବରେ ଜବାବ ଦେଇଥିଲେ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ଏବଂ କଡ଼ା ନଜର ରଖାଯାଇଛି । ଏଥିରେ ଆମ ସେନାର କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ । ଦିନସାରା ଗୁଳିଚାଳନା ଜାରି ରହିଛି ଏବଂ କୃଷ୍ଣାଘାଟି ଅଞ୍ଚଳରେ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ନିୟୋଜିତ ରହିଛି ।

ଏଥିସହିତ ସେନା ଏହା ବି ନିଶ୍ଚିତ କରିଛି ଯେ, ତେବେ ଏହି ସାମ୍ପ୍ରତିକ ମାସଗୁଡ଼ିକରେ ପାକିସ୍ତାନ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ କରିବାରେ ଏହା ପ୍ରଥମ । ଚଳିତ ବର୍ଷ ଫେବୃଆରୀ ମାସର ଆରମ୍ଭରେ କୃଷ୍ଣାଘାଟି ସେକ୍ଟରରେ ସମାନ କ୍ରସ୍-ଫାୟାରିଂ ଘଟଣା ରିପୋର୍ଟ ହୋଇଥିଲା । ଗତ ଦୁଇ ମାସ ମଧ୍ୟରେ, ଦକ୍ଷିଣ ପିର ପଞ୍ଜାଲ ଅଞ୍ଚଳରେ ଏଲଓସିରେ ସୀମାପାର ଗୁଳିକାଣ୍ଡ ଘଟଣାରେ ତୀବ୍ର ବୃଦ୍ଧି ଘଟିଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି । ପାକିସ୍ତାନ ଦ୍ୱାରା ଗୁଳିମାଡ଼, ଗୁଳିକାଣ୍ଡ ଏବଂ ସୀମା କାର୍ଯ୍ୟ ଦଳ (BAT) ପ୍ରୟାସ ଜାରି ରହିଥିବା ରିପୋର୍ଟ ଆସିଛି । ହେଲେ ହାର ମାନିନି ଭାରତୀୟ ସେନେ । ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ ଜାରି ରଖିଥିବାରୁ ଏହି ଘଟଣାଗୁଡ଼ିକୁ ସ୍ଥାନୀୟ ସ୍ତରରେ ଦ୍ରୁତ ଏବଂ ପ୍ରଭାବଶାଳୀ ଭାବରେ ମୁକାବିଲା କରୁଛି ଭାରତୀୟ ସେନା । ୨୪*୭ କଡା ନଜର ରଖି ପାକିସ୍ତାନକୁ କଡା ଜବାବ ଦେଇଛି ।

Comments are closed.