Latest Odisha News

BREAKING NEWS

ଦାଉଦ କବଳରୁ ମୁକୁଳିବାକୁ ଚାହୁଁଛି ପାକିସ୍ତାନ ସରକାର, ଆର୍ମିକୁ ଦେଶ ବାହାରେ ଶୁଟ କରିବା ଦାୟିତ୍ୱ !

ଲାହୋର: ଦାଉଦ ଇବ୍ରାହିମ ବର୍ତମାନ ପାକିସ୍ତାନ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଇମ୍ରାନ ଖାଁ ସରକାର ଦାଉଦ କବଳରୁ ମୁକୁଳିବାକୁ ଚାହୁଁଥିବା ବେଳେ ଆର୍ମି ତାଙ୍କୁ ଦେଶ ବାହାରେ ଗୁଳି କରିବା ପାଇଁ ଯୋଜନା କରୁଛି । ଅକ୍ଟୋବରରେ ପାକିସ୍ତାନକୁ ଏଫଟିଏଫ ସାମ୍ନାରେ ଆତଙ୍କବାଦୀ ବିରୋଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ପ୍ରମାଣ ଦେବାକୁ ପଡିବ । ଲଣ୍ଡନରେ ରହୁଥିବା ପାକିସ୍ତାନର ଲେଖକ ଓ ପତ୍ରକାର ଅମଜାଦ ଆୟୁବ ମିର୍ଜା ଏ ନେଇ ଚାଂଚଲ୍ୟକର ବୟାନ ଦେଇଛନ୍ତି ।

ସେ କହିଛନ୍ତି ଦେବାଳିଆରୁ ବଂଚିବାକୁ ହେଲେ ପାକିସ୍ତାନକୁ ଏଫଟିଏଫର ବିଶ୍ୱାସଭାଜନ ହେବାକୁ ପଡିବ । କାରଣ ଏହା ନ ହେଲେ ବିଶ୍ୱ ବ୍ୟାଙ୍କ, ଆଇଏମଏଫ, ଏସିଆନ୍ ଡେଭଲପମେଂଟ ବ୍ୟାଙ୍କ କରଜ କିମ୍ବା ଆର୍ଥୀକ ସହାୟତା ପ୍ରଦାନ କରିପାରିବ ନାହିଁ । ୧୯୮୦ ଦଶକରେ ଦାଉଦ ମାଧ୍ୟମରେ ଆର୍ମିର ଅନେକ ଅଫିସର ଡ୍ରଗ୍ସ କାରୋବାର କରି କୋଟିପତି ହୋଇଛନ୍ତି । ଯଦି ଦାଉଦ ଧରା ପଡିଯାଏ ତାହାହେଲେ ସେମାନେ ଅସୁବିଧାରେ ପଡିବେ । ଦେଶ ବାହାରେ ଦାଉଦଙ୍କୁ ଗୁଳି କରି ମାରିବା ଯୋଜନା ପାକ୍ ଆର୍ମି କରୁଛି । ସେହିପରି ଆଇଏସ ମଧ୍ୟ ଦାଉଦର ମୃତ୍ୟୁ ଚାହୁଁଛି । ବର୍ତମାନ ପରିସ୍ଥିତିରେ ଦାଉଦ ଚାରିପଟୁ ପସିଛନ୍ତି । ତାଙ୍କୁ ଆଗକୁ ଠେଲି ପାକିସ୍ତାନ ନିଜ ଛବି ବଦଳାଇବା ଚେଷ୍ଟାରେ ରହିଛି ।

Leave A Reply

Your email address will not be published.